ମୟୂରଭଂଜକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଝାମୁମୋର କଳାବ୍ଯାଚ ପିନ୍ଧି ବିରୋଧ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଆସନ୍ତା ୨୨ ତାରିଖ ଦିନ ମୟୂରଭଂଜ ଜିଲ୍ଲାର ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭ ଉଦଘାଟନ କରିବେମାନ୍ଯଵର ମୁଖ୍ୟମନ୍ତ୍ରୀଙ୍କ ନବିନ ପଟନାୟକ । ଏଥିପାଇଁ ସେ ମୟୂରଭଂଜ ଗସ୍ତରେ ଆସୁଛନ୍ତି । ଝାଡଖଣ୍ଡ ମୁକ୍ତିମୋର୍ଚା ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ଯୁଷିତ ମୟୂରଭଂଜ ଜିଲ୍ଲାର ସ୍ୱାସ୍ଥ୍ୟସେବା ଭୁଷୁଡି ଯାଇଛି ବୋଲି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ଯ କାର୍ଡ ବାଣ୍ଟିବେ ଅଥଚ ଜୀଲ୍ଲାରେ ଅଧାରୁ ଅଧିକ ଡାକ୍ତର,ନର୍ସ, ଫାର୍ମାସିଷ୍ଟ,କର୍ମଚାରୀ,ଯନ୍ତ୍ରପାତୀ ,ଭିତୀଭୁମି ନାହିଁ । ସେହିଭଳି ବିଜୁ ସ୍ବାମ୍ଥ୍ଯ କାର୍ଡକୁ ସରକାରୀ ଡାକ୍ତରଖାନା ଓ ବେସରକାରୀ ଡାକ୍ତରୀଖାନା ମାନ୍ୟତା ଦେଉ ନାହାନ୍ତି । ନିରିହ ରୋଗୀ ସେବା ନ ପାଇ ହଇରାଣ ହେଉଛନ୍ତି । ପଞ୍ଚାୟତ ନିବାଚନ ବିଗୁଲ ବାଜିଲାପରେ ମୁଖ୍ୟମନ୍ତ୍ରୀଙ୍କ ନିୟମ ଭଙ୍ଗ କରି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମଭ କରିବା ଉଚିତ ନୁହେଁ ବୋଲିଝାମୁମୋ ନେତୃବୃନ୍ଦ ଅଭିଯୋଖ କରିଥିଲେ।ମୟୁରଭଂଜ ଜିଲ୍ଲାର ପାହାଡି ଇଲାକାରେ ଡାକ୍ତରମାନେ ରହୁ ନାହାନ୍ତି, ଖାଲି ପଡିଛି ପଦବୀ । କୋରାପୁଟ ଜିଲ୍ଲାଭଳି ମୟୂରଭଂଜ ଜିଲ୍ଲାର ପାହାଡି ଇଲାକାରେ କାର୍ଯ୍ୟରତ ଡାକ୍ତରଙ୍କୁ ଅଧିକ ପ୍ରତ୍ସାହନ ଦିଆଯାଉ । ଏହି ସମସ୍ୟା ନେଇ ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ନେତୃତୀୟରେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ପରେ ରାଇରଙ୍ଗପୁର ବଲ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ ଜଣା ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ରାଇରଙ୍ଗପୁର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ଦାବିପତ୍ର ପ୍ରଦାନ ସମୟରେ ପ୍ରହଲ୍ଲାଦ ପୂର୍ତ୍ତି, ରଣଜିତ ସିଂ,ଭାଗବତ ମାଝୀ କାଳୀ ଚରଣହେମ୍ବମ, ସାଲୁ କିସ୍କୁ,ଏବଂ ଅନଯ ଦଳୀର କର୍ମି ସାମିଲ ହୋଇଥିଲେ ।


