ମୟୂରଭଂଜ ଜିଲ୍ଲାପାଳଙ୍କ ବାମନଘାଟୀ ଉପଖଣ୍ଡର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମହାମାରୀ’କରୋନା’ ପାଇଁ ଚାରିଆଡେ ଲକ୍ ଡାଉନ୍ । ଲକ୍ ଡାଉନ୍ ୪୫ ଦିନ ହୋଇଗଲାଣି । ପ୍ରବାସୀ ୧୦ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ବାହାର ରାଜ୍ୟର ବିଭିନ୍ନ ସ୍ଥାନରେ ଫଶି ରହିଛନ୍ତି । ସରକାରଙ୍କ ଲକ୍ ଡାଉନ୍ କୋହଳ କରି ଟ୍ରେନ,ବସ୍ ଦ୍ୱାରା ଆଣିବା ବ୍ୟବସ୍ଥା କରିଛନ୍ତି । ତେଣୁ ପ୍ରବାସୀ ଓଡ଼ିଆଙ୍କ ରହଣି,ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ,,ଶୋଇବା, ଶୌଚାଳୟ ପାଇଁ ବିଭିନ୍ନ ସ୍କୁଲ, କଲେଜ, ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରିଛନ୍ତି ।ସେହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମୀକ୍ଷା କରିବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ଗୁରୁବାର ଦିନ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ଗସ୍ତରେ ଆସି ରାଇରଙ୍ଗପୁର ସରକକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ, ରାଇରଙ୍ଗପୁର ବ୍ଲକ ପଡିଆ କଲେଜ ଛାତ୍ରାବାସ, ବିଶୋଇ ବ୍ଲକର ଖଡମବେଡା ଓ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ,ବିଜାତଳା ବ୍ଲକର ମୁଣ୍ଡାଠାକୁରା ଓ ବଣକାଟି ପଞ୍ଚାୟତ,ବହଳଦା ଓ ତିରିଂ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଥିଲେ । ସେ ବିଡ଼ିଓ, ତହସିଲଦାର, ବିଭିନ୍ନ ନୋଡାଲ ଅଫିସର, ସରପଞ୍ଚ ମାନଙ୍କୁ ପ୍ରବାସୀ ଓଡ଼ିଆଙ୍କର ରହଣି, ଶୋଇବା, ଖାଦ୍ୟ, ଶୌଚାଳୟ, ସ୍ୱାସ୍ଥ୍ୟ ପରୀକ୍ଷା ରେ ଯେଭଳି କେହି ଅସୁବିଧାରେ ନ ପଡନ୍ତି ସେଥିପ୍ରତି ଗୁରୁତ୍ୱ ଓ ଯତ୍ନଶୀଳ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପଡିଲେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂକ୍ରମଣ ହୋଇଥିବାହ ରୋଗୀ ମାନଙ୍କ ରହଣି ପାଇଁ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସକୁ ‘କୋବିଦ ହସ୍ପିଟାଲ’ କରାଯିବ । ଜିଲ୍ଲାପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀ ସାମିଲ ହୋଇଥିଲେ ।