ମୟୂରଭଂଜ -୨ ର ଏସିଡିସି କପ୍ ଖେଳରେ କମାଲ

ସ୍ଲଗ-(ଯୁଗାବ୍ଦ ନ୍ୟୁଜ)ରାଇରଙ୍ଗପୁର-ଚଳିତ ବର୍ଷ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଯୁବ ଓ ଯୁବା ଗୋଷ୍ଠୀ ମଧ୍ୟରେ ଫୁଟବଲ ମାନିଆ ସୃଷ୍ଟି ପାଇଁ ଏସଡିସି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଇଛନ୍ତି । ଏଥିରେ ଉଭୟ ପୁରୁଷ ଏବଂ ମହିଳା ଦୁଇଟି ବର୍ଗର ଖେଳ ଆୟୋଜନ କରାଇଛନ୍ତି । ଫାଇନାଲ ଖେଳ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ଜୟନ୍ତୀ ମାର୍ଚ୍ଚ ୫ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ କିମ୍ବା ବାରବାଟି ଷ୍ଟାଡିୟମ ରେ ଅନୁଷ୍ଠିତ ହେବ । ମୟୂରଭଞ୍ଜ ଜିଲ୍ଲାର-୨ ଟିମ୍ ସଂଯୋଜକ ଅଛନ୍ତି ଯୁବ ବିଜେଡ଼ି ନେତା ଗଣେଶ୍ୱର ମିଶ୍ର ଏବଂ ମହିଳା ଟିମ୍ ଜେମାମଣି ଶୁଣ୍ଢି । ମୟୂରଭଞ୍ଜ-୨ ଟିମ୍ (ବାମନଘାଟୀ , ରାଇରଙ୍ଗପୁର ଏବଂ ପଞ୍ଚପୀଢ, କରଂଜିଆ)ର ବଛା ବଛା ୨୦ ଜଣିଆ ପୁରୁଷ ଓ ମହିଳା ଟିମ୍ ଲିଗ୍ ମେଚ ଖେଳ ପାଇଁ କନ୍ଧମାଳ ଗସ୍ତ କରିଛନ୍ତି । ଆଜିଠାରୁ ଖେଳ ଆରମ୍ଭ ହୋଇଛି । ଆଜିର ପ୍ରଥମ ଦିନରେ ଖେଳରେ ମୟୂରଭଞ୍ଜ-୨ ମହିଳା ଟିମ୍ ମାଲକାନଗିରି ମହିଳା ଟିମକୁ ୨୧-୦ ରେ ବାଜିମାତ କରିଥିବା ବେଳେ ମୟୂରଭଞ୍ଜର ୨ ପୁରୁଷ ଟିମ୍ ମାଲକାନଗିରି ପୁରୂଷ ଟିମ ୧୬-୦ରେ ବାଜିମାତ କରିଛନ୍ତି । ଖେଳାଳି ମାନଙ୍କୁ ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ , କରଂଜିଆର ପିଏଆଇଟିଡିଏ ଧର୍ମେନ୍ଦ୍ର ମଲ୍ଲିକ, ପୁରୁଷ ସଂଯୋଜକ ଗଣେଶ୍ୱର ମିଶ୍ର,ଯୁବା ସଂଯୋଜିକା ଜେମାମଣି ଶୁଣ୍ଢି ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ