ମୟୂରଭଞ୍ଜ କଲେଜ୍ ଅଫ୍ ଆକାଉଣ୍ଟା୍ନ୍ସି ଆଣ୍ଡ ମ୍ୟାନେଜମେଣ୍ଟରେ ସ୍ବାବଲମ୍ବି ଭାରତ କାର୍ଯ୍ୟକ୍ରମ 

ବାରିପଦା,(ମୁରାରୀ ମୋହନ ମହାପାତ୍ର): ମହାରାଜପୁର ସ୍ଥିତ ମୟୂରଭଞ୍ଜ, କଲେଜ୍ ଅଫ୍ ଆକାଉଣ୍ଟା୍ନ୍ସି ଆଣ୍ଡ ମ୍ୟାନେଜମେଣ୍ଟରେ ସ୍ବାଵଲମ୍ବି ଭାରତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି । ସ୍ବାଵଲମ୍ବି ଭାରତ ଅଭିଜାନ ଓଡ଼ିଶା ପ୍ରାନ୍ତ ପ୍ରମୁଖ ସୌଭାଗ୍ୟ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅମ୍ମନିଯୁକ୍ତି ପାଇଁ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ଚାକିରି କରିବା ପରିବର୍ତ୍ତେ ଅନ୍ୟକୁ ଚାକିରି କିପରି ଦିଆଯାଇପାରିବ ତାହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଶ୍ରେଷ୍ଠ ଚାଷୀ ଭାବରେ ପୁରସ୍କୃତ ହୋଇଥିବା ଗୋବିନ୍ଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସବାଇ ଚାଷ ଏବଂ ବାଉଁଶ ଚାଷ ନିମନ୍ତେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଶ୍ରୀ ମହାପାତ୍ର ୭୨୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରି କିପରି କୋଟି କୋଟି ଟଙ୍କା ରୋଜଗାର କରିପାରିଛନ୍ତି, ତାହା ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ । ସଫଳ ଉଦ୍ୟୋଗି ରଘୁନାଥ ମହାନ୍ତ ସମ୍ମାନିତ ଅତିଥି ରୂପେ ଯୋଗ ନେଇ ଉଦ୍ୟୋଗି ହେବାର ଅଭିଳାଷା ସେ କିପରି ପୂରଣ କରିପାରିଛନ୍ତି,ତାହା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ମହାବିଦ୍ୟାଳୟର ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ପୁଷ୍ପ ଗୁଚ୍ଛ ଓ ଉତ୍ତରି ପ୍ରଦାନ କରି ମୁଖ୍ୟ ଅତିଥି ସୌଭାଗ୍ୟ ମହାନ୍ତି , ମୁଖ୍ୟବକ୍ତା ଗୋବିନ୍ଦ ମହାପାତ୍ର ଓ ସମ୍ମାନିତ ଅତିଥି ରଘୁନାଥ ମହାନ୍ତ କୁ ସମ୍ମାନିତ କରିଥିଲେ । ଶେଷରେ ଏ.ବି.ଭି.ପି. ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭାଗ ପ୍ରମୁଖ କ୍ଷିରୋଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସୁଜାତା ପାଲ , ତୃପ୍ତି ଦାସ,ପୂଜା ଶତପଥୀ,ଇପ୍ସିତା ମଲ୍ ,କବିତା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିବା ସହିତ , ଜାତୀୟ ସେବା ଯୋଜନା ଅଧିକାରୀ ମଦନ ମୋହନ ସାହୁ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ