ମୟୂରଭଞ୍ଜ ଜିଲ୍ଲା ସ୍ୱାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଉଦଳା,(ରାଜୀବ ବେହେରା): ମୟୂରଭଞ୍ଜ ଜିଲ୍ଲା ସ୍ୱାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ଓ଼ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ବାଗତ ସ୍ୱମ୍ବର୍ଦ୍ଧନା ଜ୍ଞାପନ କରାଯାଇ, ଅତିଥି ମାନଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ମହା ପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜଳନ କରାଯାଇ ଖୁବ ସୁନ୍ଦର ଭାବରେ କଳ୍କୀ ଅବତାର ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରଲୋକ କୁ ଚାଲି ଯାଇଥିବା ଥିବା ସିନେ ତାରକା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଜିଲ୍ଲାର ସମସ୍ତ ସ୍ୱାମ୍ବାଦିକ ଏବଂ ସଂଘ ପକ୍ଷରୁ କିଛି ସମୟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଉତ୍ସବ ମଞ୍ଚରେ ରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଗୋପାଳ କୃଷ୍ଣ ମହାପାତ୍ର, ସଂଘ ସଭାପତି ଶ୍ରୀ ଅରୁଣ ହୋତା, ସମ୍ମାନୀୟ ଅତିଥି ଭାବେ ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ସୌରଭ ପଟ୍ଟନାୟକ, ଶ୍ରୀ ରଣଜିତ୍ କୁମାର ସାହୁ, ଶ୍ରୀ ବିନାୟକ ମିଶ୍ର, ବରିଷ୍ଠ ସମାଜ ସେବୀ ତଥା ଛାତ୍ର ନେତା ଶ୍ରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାମ୍ବାଦିକ ମାନଙ୍କ ଦୀର୍ଘ ଦିନର ସମସ୍ୟା ଦାବି ବୃତ୍ତି, ସ୍ଥିତିକୁ ନେଇ ସୁରକ୍ଷା ଆଇନ ଲାଗୁ କରିବା, କାର୍ଯ୍ୟରତ ସମସ୍ତ ସ୍ୱାମ୍ବାଦିକଙ୍କୁ ମlସିକ ଦଶ ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ନେଇ ସମସ୍ତ ବକ୍ତା ଏବଂ ଉପସ୍ଥିତ ଜିଲ୍ଲା ର ସମସ୍ତ ସ୍ୱାମ୍ବାଦିକ ମାନେ ଗୁରୁତ୍ଵ ଦେଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଯୋର ଦାର କରିବ ସଂଘ ଚେତାବନୀ ଦେଇଛି । ସମାଜ ବାଦୀ ରାଷ୍ଟ୍ରର ବିକାଶ ଦିଗରେ ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଗୁରୁତପୂର୍ଣ୍ଣ ଥିଲେ ମଧ୍ୟ, ସରକାର ସ୍ୱାମ୍ବାଦିକ ମାନଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛି ସଂଘ । ସାମ୍ବାଦିକ ଙ୍କ ଦାବିକୁ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଉଛି । ତେବେ କେଵେ ସରକାର ଙ୍କ ନିଦ ଭାଙ୍ଗିବା ତାହା ଦେଖିବାକୁ ବାକି ଅଛି l