ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ତରଫରୁ ବୃନ୍ଦାବନ ଦାଶଙ୍କ ଜନ୍ମଦିନ ପାଳିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ତରଫରୁ ମୟୂରଭଞ୍ଜ ର ବରିଷ୍ଠ ସାହିତ୍ୟିକ ବୃନ୍ଦାବନ ଦାଶଙ୍କ 86ତମ ଜନ୍ମଦିନ ପାଳିତ ହୋଇଯାଇଛି l ଏକାଡେମୀ ର ସଭାପତି ଡକ୍ଟର ସରୋଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅଧ୍ୟାପକ ସମରେନ୍ଦ୍ର ବସା, ଏକାଡେମୀ ର ସମ୍ପାଦକ ଅଶୋକ ପୁଷ୍ଟି, ଇଂ ମାନସ କୁମାର ପୁଷ୍ଟି ଯୋଗଦେଇ ବୃନ୍ଦାବନ ଦାଶଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ବିଷୟରେ ସବିଶେଷ ଆଲୋଚନା କରିଥିଲେ l ଏକାଡେମୀ ତରଫରୁ ଶ୍ରୀଯୁକ୍ତ ଦାଶ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକସମ୍ବର୍ଦ୍ଧିତ କରାଯାଇଥିଲା l କବିଙ୍କର 19ଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ଶତାଧିକ ପାଣ୍ଡୁଲିପି, ପ୍ରକାଶନ ଅପେକ୍ଷାରେ ରହିଛି lଆଜି ଏକାଡେମୀ ଉପଦେଷ୍ଟା ସାହିତ୍ୟିକ ସମରେନ୍ଦ୍ର ବସାଙ୍କ ମଧ୍ୟ୍ୟ ଜନ୍ମଦିନ ହୋଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ସାହିତ୍ୟିକ ସାବନମ ଧନ୍ୟବାଦ ଅର୍ପଣ କରିଥିଲେ l ଶ୍ରୀଯୁକ୍ତ ଦାଶ ଓ ବସା ସମ୍ବର୍ଦ୍ଧନା ପାଇଁ ମୟୂରଭଞ୍ଜ ସାହିତ୍ୟ ଏକାଡେମୀ କୁ କୃତଜ୍ଞତା ଅର୍ପଣ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ