ମୟୂରଭଞ୍ଜ ହେରିଟେଜ ୱାକ୍ସର ପଞ୍ଚଦଶ ସଂସ୍କରଣ ଅନୁଷ୍ଠିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ମାଟିର ଇତିହାସ, ଐତିହ୍ୟ,ପର୍ଯ୍ୟଟନର ପ୍ରଚାର ନିମନ୍ତେ ଦୀର୍ଘ ୭ ବର୍ଷ ଧରି କାର୍ଯ୍ୟ କରୁଥିବା ମୟୂରଭଞ୍ଜ ମିରର ଓ ମୟୂରଭଞ୍ଜ ଲଭର୍ସ ଟିମ ଦ୍ବାରା ମୟୂରଭଞ୍ଜ ହେରିଟେଜ ୱାକ୍ସର ପଞ୍ଚଦଶ ସଂସ୍କରଣ ବାରିପଦା ନିକଟସ୍ଥ ଐତିହାସିକ ବାବା ବୁଢାରାଉଳ ମନ୍ଦିର ଠାରେ ଆୟୋଜିତ ହୋଇଯାଇଛି. ମୟୂରଭଞ୍ଜର ଇତିହାସ ଓ ଐତିହ୍ୟ କୁ ଯୁବ ପିଢିଙ୍କ ନିକଟରେ ପ୍ରତ୍ୟକ୍ଷ ଅନୁଭୁତି ପ୍ରଦାନ କରିବାର ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ମୟୂରଭଞ୍ଜ ହେରିଟେଜ ୱାକ୍ସ ଦୀର୍ଘ ଦିନ ଧରି ଆୟୋଜିତ ହେବା ଯୁବ ପିଢିଙ୍କ ଉପରେ ବେଶ ସକରାତ୍ମକ ପ୍ରଭାବ ପକାଇଛି. ପଞ୍ଚଦଶ ସଂସ୍କରଣ ଅବସରରେ ବଡବଜାର ସ୍ଥିତ ମୟୂରଭଞ୍ଜ ରାଜପ୍ରାସାଦ ଠାରୁ ହେରିଟେଜ ୱାକ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଐତିହାସିକ ବାବା ବୁଢାରାଉଳ ମନ୍ଦିର ଠାରେ ପହଞ୍ଚିଥିଲା. ମୟୂରଭଞ୍ଜ ମିରରର ପ୍ରତିଷ୍ଠାତା ତଥା ମୟୂରଭଞ୍ଜ ହେରିଟେଜ ୱାକ୍ସର ସଦସ୍ୟ କୁମାରେଶ ନାୟକ ଏହି ମନ୍ଦିରର ସ୍ବୟମ୍ଭୁ ଶିବଲିଙ୍ଗ, ଅରଖପାଳ ମୌଜାର କାହାଣୀ, ତିନି ନଦୀର ସଙ୍ଗମ ସ୍ଥଳରେ ଥିବା ଏହି ମନ୍ଦିରର ଅବସ୍ଥିତିର କାରଣ ତଥା ଶହ ଶହ ବର୍ଷ ଧରି ଏଠାରେ ଅନିର୍ବାପିତ ଭାବରେ ଜଳୁଥିବା ପବିତ୍ର ଧୂନୀ ଅଗ୍ନି ସମ୍ପର୍କରେ ସବିଶେଷ ବ୍ୟାଖ୍ୟା କରିଥିବା ବେଳେ ଅନ୍ୟତମ ସଦସ୍ୟ ତଥା ଇତିହାସ ଅନୁସନ୍ଧିଷ୍ଣୁ ଋଷିରାଜ ପଟ୍ଟନାୟକ ହେରିଟେଜ ୱାକ୍ସ ଆୟୋଜନର ଉଦ୍ଦେଶ୍ୟ ସମ୍ଫର୍କରେ ସଦସ୍ୟ ମାନଙ୍କୁ ସଚେତନ କରିଥିଲେ. ଏହି କାର୍ଯ୍ୟକ୍ରମରେ ହେରିଟେଜ ୱାକ୍ସର ସଦସ୍ୟ ଆକାଶ ମହାନ୍ତି, କ୍ରୀଷ୍ଣା ଚନ୍ଦ୍ରମୁଖୀ, ଅଧ୍ୟାପିକା ଇପସିତା ପଟ୍ଟନାୟକ, ଅଧ୍ୟାପିକା ସୁଚିସ୍ମିତା ଦାସ, ଜିତ ପଟ୍ଟନାୟକ, ଆଭାସ ଦେ, ସୁଶ୍ରୀ ନାୟକ, ଲକ୍ଷ୍ମଣ କୁମାର ସାହୁ, ଲିପୁ ସାହୁ, ଚିନ୍ମୟ ଦାସ, ଆର୍ଲିନ ଅଙ୍କିତା ପରିଡା, ଶୁଭସ୍ମିତା ସାହୁ, ଭବାନୀ ପାତ୍ର, ହରପ୍ରିୟା ନାୟକ, ଆସନା ଖାତୁନ, ଲକ୍ଷ୍ମୀ ଘୋଷ ଓ ୭୦ ରୁ ଉର୍ଦ୍ଧ୍ବ ଅଭିଯାତ୍ରୀ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ