‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ‘ ନିକ୍ଷୟ ୨.୦ ପୋର୍ଟାଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଦ୍ବାରା ଉଦ୍ଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଏକଦା ଯକ୍ଷ୍ମା ଏକ ମାରାତ୍ମକ ରୋଗ ହୋଇଥିବାବେଳେ ଏବେ ତାହା ମାରାତ୍ମକ ରୋଗ ହୋଇ ରହିନାହିଁ । ଯକ୍ଷ୍ମା ରୋଗ ଦୂରୀକରଣ ଓ ମୂଳୋତ୍ପାଟନ ପାଇଁ କେନ୍ଦ୍ର ଓ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛନ୍ତି । ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ , ସେମାନଙ୍କୁ ମାଗଣାରେ କଫ ପରୀକ୍ଷା ,ମାଗଣାରେ ୬ ମାସ ପର୍ଯ୍ୟନ୍ତ ଔଷଧ ବଣ୍ଟନ,୬ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଭତ୍ତା, ସେମାନଙ୍କ ଯତ୍ନ ନେଉଥିବା ଆଶାକର୍ମୀ ମାନଙ୍କୁ ୧୦୦୦ ଟଙ୍କା ପ୍ରତ୍ସୋହନ ରାଶି ଇତ୍ୟାଦି ଯୋଗାଇ ଦିଆଯାଉଛି ।୨୦୨୫ ସୁଦ୍ଧ ଭାରତରୁ ଯକ୍ଷ୍ମା ମୁକ୍ତ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ‘ ନିକ୍ଷୟ ୨.୦ ପୋର୍ଟାଲ ଯୋଜନା ଆରମ୍ଭ କରିଛନ୍ତି ।ଟିଭି ହାରେଗା ଦେଶ ଜିତେଗା ମୟୂରଭଞ୍ଜ ଜିଲ୍ଲାର ୨ଟି ସେଣ୍ଟର ବିଜାତଳା ବ୍ଲକର ଭରଣ୍ଡିଆ ସ୍ବାସ୍ଥ୍ୟ ଉପକେନ୍ଦ୍ର ଏବଂ କୁସୁମି ବ୍ଳକର ପଢିଆ ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଭାଷୀ ମାଧ୍ଯମରେ ଶୁଭ ଉଦ୍ଘାଟନ କରିଛନ୍ତି । ସ୍ବାସ୍ଥ୍ୟ ହିଁ ସଂପଦ । ଉତ୍ତମ ସ୍ୱାସ୍ଥ୍ୟ ସମୃଦ୍ଧ ଭାରତ ନିର୍ମାଣରରେ ସାହାଯ୍ୟ କରିଥାଏ ।ଭାରତରୁ ଯକ୍ଷ୍ମା ମୁକ୍ତ କରାଇ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରି ଦେଶ ନିର୍ମାଣରେ ସହାୟକ ହୁଅନ୍ତୁ ବୋଲି କହିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଯକ୍ଷ୍ମା ରୋଗୀମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଯାହା ଆବଶ୍ୟକ ତାହା ଯୋଗାଇଦେବାକୁ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଯଶିପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ଗଣେଶ ରାମ ଖୁଣ୍ଟିଆ,କୁସୁମୀ ବିଡ଼ିଓ ଲକ୍ଷ୍ମଣ କୁମାର ସୋରେନ, ଉପାଧ୍ୟକ୍ଷ ଦିଲିପ ଗିରି, କୁସୁମୀ ବ୍ଳକ ଅଧ୍ୟକ୍ଷା ମାଧେ ପୂର୍ତୀ,କୁସୁମୀ ତହସିଲଦାର ଶିବ ପ୍ରସାଦ ମୁର୍ମୁ,ସିଡିଏମଓ ଡାକ୍ତର ରୂପଭାନୁ ମିଶ୍ର,ଜିଲ୍ଲା ଟିବି ଅଧିକାରୀ ଡାକ୍ତର ନୂରୁଲ ହୁସେନ,ବାଦାମପାହାଡ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରିତେଶ ଚୈତନ,ବିପିଏଲ ନିରାକାର ନାୟକ,ଏସଟିଏସ ରୋହିତ କୁମାର ବାରିକ,, କବିତାରାଣୀ ସି,ଏଏନଏମ ଦୁଲାରୀ ମାଝୀ ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ , କର୍ମଚାରୀ, ଯକ୍ଷ୍ମା ଆକ୍ରାନ୍ତ ରୋଗୀ ,ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଅତିଥିଗଣ କହିଥିଲେ ପ୍ରଶାସନ, ଜନପ୍ରତିନିଧି, ଗଣମାଧ୍ୟମ, ସ୍ବାସ୍ଥ୍ୟ କର୍ମଚାରୀ,ଆଶାଦିଦି, ମିଳିତ ପ୍ରୟାସ କଲେ ଯକ୍ଷ୍ମା ରୋଗକୁ ହରାଇପାରିବା ।ସମସ୍ତଙ୍କ ମୁହଁରେ ଗୋଟିଏ କଥା ଟିବି ହାରେଗା ଦେଶ ଜିତେଗା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ