ଯଜ୍ଞ ପାଇଁ ବହୁଦା ଘାଟରୁ ଜଳ ଯାତ୍ରା
ପାତ୍ରପୁର,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକ ଜୟନ୍ତୀ ପୁର ଗ୍ରାମ ରେ ଅବସ୍ଥିତ ଭଗବତୀ ମହାମାୟୀ ମା ପଶ୍ଚିମେ ଶ୍ୱରୀ ଶକ୍ତି ପୀଠରେ ପଞ୍ଚ କୁଣ୍ଡୀୟ ଆତ୍ମା ମହାଯଜ୍ଞ ସହିତ ଜୀର୍ଣ୍ଣଧାର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜଳ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭୋର ସମୟରେ ବାହୁଦା ନଦୀ ର ଅରଖ ପଦା ଘାଟରେ ଗ୍ରାମରୁ ବହୁ ବ୍ୟକ୍ତି ତାଳ କୀର୍ତ୍ତନ ସହ ପହଂଚିବା ସହ ପୂଜା ଅର୍ଚ୍ଚନା କରିଥିଲେ।ଏହା ପରେ ବହୁ ମହିଳା ମୁଣ୍ଡରେ ପଣିଭର୍ତି କଳସୀ ଧରି ପ୍ରାୟ ତିନି କିଲୋମିଟର ଦୁର ପଶ୍ଚିମେଶ୍ଵରୀ ପୀଠ ରେ ପହଞ୍ଚି ଥିଲେ। ଏହି ପୀଠରେ ପାଞ୍ଚ ଦିନ ପର୍ଯ୍ୟନ୍ତ ଯଜ୍ଞ ଅନୁଷ୍ଠିତ ହେବ ସ୍ଥିର ହୋଇଛି।ବିଭିନ୍ନ ଦିନରେ ନାମଯଜ୍ଞ ଅର୍ଣ୍ଣ ଯଜ୍ଞ ସହ ସୁର୍ୟ୍ଯ ପୂଜା ଚବିଶି ପ୍ରହର ଗୋବିନ୍ଦ ନାମ ସଂକ୍ରିତନ ପ୍ରଭୁତି ଅନୁଷ୍ଠିତ ହେବ।ମୁଖ୍ୟ ପଣ୍ଡିତ ଅଶୋକ କୁମାର ପାଢ଼ୀ ଙ୍କ ସମେତ ଅଞ୍ଚଳର ବହୁ ପଣ୍ଡିତ ମନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି।ଏଥି ପାଇଁ ଗ୍ରାମ ଉଛବ ମୁଖରିତ ହୋଇଛି। ଗ୍ରାମ ବାସୀ ଏକ କମିଟି ଗଠନ କରି ଏହି କାର୍ଯ୍ୟ ଶୃଙ୍ଖଳା ସହଜରେ ପରିଚାଳନା କରିବା ପାଇଁ ସ୍ଥିର ହୋଇଛି।


