ଯତ୍ନ ନିଳୟର ଶୁଭ ପ୍ରତିଷ୍ଠା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବର୍ତମାନ ରାଜ୍ୟରେ ବଢ଼ି ଚାଲିଥିବା ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ପାରିବାରିକ ସମସ୍ୟାର ସମୂହ ସମାଧାନ ପାଇଁ ମନ୍ଦିରମାଳିନୀ ନଗର ତଥା ସ୍ମାର୍ଟ କ୍ୟାପିଟାଲ୍ ଭୁବନେଶ୍ୱର ପ୍ଲଟ୍ ନମ୍ବର ୧୪୯୪ ଠାରେ ଏକ ୨୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର “ବରିଷ୍ଠ ନାଗରିକ ଯତ୍ନ ନିଳୟ”ର ଶୁଭ ପ୍ରତିଷ୍ଠା କରାଯାଇଛି । ଏହି ‘ନିଳୟ’ରେ ଘରର ଆତ୍ମୀୟସ୍ୱଜନ ସଦୃଶ ପରିବେଶରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା, ତୀର୍ଥ ଭ୍ରମଣ ସୁବିଧା, ଯୋଗାସନ, ପ୍ରାଣାୟମ ସହିତ ସାନ୍ଧ୍ୟ ଭ୍ରମଣ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ‘ନିଳୟ’ ଅଧୀକ୍ଷକ ଶ୍ରୀମତୀ ସମିତା ନାୟକ କାର୍ଯ୍ୟାଳୟ ସଂପାଦକ ପ୍ରକାଶ ଚନ୍ଦ୍ର ମହାରଣା,ପଦ୍ମଚରଣ ମହାପାତ୍ର ସମାଜସେବୀ ଭକ୍ତିପ୍ରିୟା ପାଣ,ଶୈଳବାଳା ସାହୁ ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ