ଯଦୁମଣୀ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଆଇନ କଲେଜ ନିକଟସ୍ଥ ଗୁଆଳସିଂ ଗ୍ରାମର ଅବସରପ୍ରାପ୍ତ ମେକାନିକାଲ ଇଞ୍ଜିନିଅର ତଥା ଧର୍ମପ୍ରାଣା ବ୍ୟକ୍ତି ସୂର୍ଗତ ଯଦୁମଣୀ ଜେନାଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ତାଙ୍କର ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଗୁଆଳସିଂ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ମନୋଜ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡା.ଶରତ ଚନ୍ଦ୍ର ସ୍ୱାଇଁ, ଲିଙ୍ଗରାଜ ପରିଡା, ବିଭୂତି ଭୁଷଣ ରଥ, ଦେବେନ୍ଦ୍ର ନାୟକ, ସରୋଜ ସାମଲ, ସାବିତ୍ରୀ ଜେନା, ମଧୁସ୍ମିତା ଦାସ, ଦେବେନ୍ଦ୍ର କୁମାର ସାହୁ, ସୁରେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ସୂର୍ଗତ ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସୂର୍ଗତ ଜେନାଙ୍କ ପୁତ୍ର ପ୍ରସନ୍ନ କୁମାର ଜେନା ଓ ବିଜୟ କୁମାର ଜେନା ମଧ୍ୟ ଉପସ୍ଥିତ ରହି ପିତାଙ୍କ ପ୍ରତି ଶ୍ରଦ୍ଧଞ୍ଜଳି ଅର୍ପଣ କରିଥିଲେ ।


