ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଜଗାରକ୍ଷମ ପୁଅକୁ କୋଣାର୍କ ପରିବାର ତରଫରୁ ସାହାର୍ଯ୍ୟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଚନ୍ଦ୍ରଭାଗା ଥାନା ଅଧୀନସ୍ଥ ଟିକନା ଗ୍ରାମର ଯଦୁମଣି ବେହେରାଙ୍କ ଏକ ମାତ୍ର ରୋଜଗାରକ୍ଷମ ପୁଅ ଛଟପଟ ହେଉଛି । ଅର୍ଥ ଅଭାବରୁ ଚିକିତ୍ସା ହେଇ ପାରୁନଥିବା ବେଳେ ବୃଦ୍ଧ ପିତାମାତା ସରକାରୀ ସହାୟତା ଲାଗି ନିବେଦନ କରିଛନ୍ତି । ଏହି ସୂଚନା ମୁତାବକ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଟିକନା ଗ୍ରାମର ଯଦୁମଣି ବେହେରାଙ୍କ ଏକ ମାତ୍ର ରୋଜଗାର କ୍ଷମ ପୁଅ ରାସ୍ତାରେ ଯାଉଥିବା ବେଳେ ସଡ଼କ ଦୃଘଟଣା ସମ୍ମୁଖୀନ ହୋଇ ଦୁର୍ଘଟଣା ରେ ତାଙ୍କ ବାମ ଗୋଡ଼ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଇଥିଲା । ପରିବାରର ଆର୍ଥିକ ସ୍ଥିତି ସ୍ଵଛଳ ନ ଥିବାରୁ ଧାର କରଜ କରି ପୁଅକୁ ଚିକିତ୍ସା କରି ଏକାଧିକ ବାର ଅସ୍ତ୍ରୋପଚାର ପରେ ମଧ୍ୟ ସେ ଚାଲିବାକୁ ଅକ୍ଷମ ।ଚିକିତ୍ସା ଲାଗି ଆହୁରି ଅର୍ଥର ଆବଶ୍ୟକତା ରହିଥିବା ବେଳେ ବୃଦ୍ଧ ପିତାମାତା ଏବେ ଅସହାୟ ହେଇ ପଡିଛନ୍ତି । ଦୀର୍ଘ ୨ ବର୍ଷ ଧରି ପୁଅକୁ ଡାକ୍ତରଖାନା ନେଇ ନେଇ ଥକି ପଡ଼ିଛନ୍ତି ବୃଦ୍ଧ ପିତାମାତା । ତେବେ ଏହି ସୂଚନା ପାଇ କୋଣାର୍କର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ କୋଣାର୍କ ପରିବାର ତରଫରୁ କିଛି ଅର୍ଥ ରାଶି ପ୍ରଦାନ କରାଯାଇଛି ।କୋଣାର୍କ ପରିବାର ର ସଭାପତି କାହ୍ନୁ ଚରଣ ପାତ୍ରଙ୍କ ସହ ଉପ ସଭାପତି ସତ୍ୟଜିତ୍ ସାହୁ ଉପଦେଷ୍ଟା ବାମଦେବ ଆଲୁକ୍, ଦେବଶକ୍ତି ନାୟକ, ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସହ ଚିକିତ୍ସା ଲାଗି କୋଣାର୍କ ପରିବାର ତରଫରୁ ରାଜବିର୍ ପାଇଁ ଆଦାୟ ହେଇଥିବା ଅର୍ଥରୁ ୫୧୦୦ ଟଙ୍କା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ