ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ଚାଲିଛି କାର୍ଯ୍ୟ, ଅଙ୍ଗନବାଡି ଗୃହନିର୍ମାଣ କାର୍ଯ୍ୟ ନିମ୍ନମାନର
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ବିଭିନ୍ନ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ପ୍ରଚୁର ପରିମାଣର ଅନୁଦାନ ଯୋଗାଇ ଦେଉଥିବାବେଳେ ହାଟଡିହି ବ୍ଲକରେ ଏହି କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଅନେକ ଘର ନିର୍ମାଣ କାର୍ଯ୍ୟ ସରିବା ପୁର୍ବରୁ ଛାତରୁ ପାଣି ଗଡିଲାଣି ତ ଆଉ କେଉଁଠି ଅଧାପନ୍ତରିଆ ଭାବେ ପଡି ରହିଛି । ଯାହାକୁନେଇ ଗତ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ସରପଞ୍ଚ ଓ ସମିତିସଭ୍ୟ ମାନେ ଗୃହରେ ଆପତ୍ତି ଅଭିଯୋଗ ଉଠାଇଛନ୍ତି । ଠିକାଦାର ମାନେ ମନ ଇଛା ଘର ଗୁଡିକ କରୁଥିବାରୁ ତାହାର ମାନ ଠିକ ରହୁନାହିଁ ବୋଲି ଅଭିଯୋଗ ହୋଇଛି । ହାଟଡିହି ବ୍ଲକକୁ ମୋଟ ୪୫ଟି ଆଦର୍ଶ ଅଙ୍ଗନବାଡି ନିର୍ମାଣ ପାଇଁ ଅନୁଦାନ ଆସିଥିବାବେଳେ ୧୪ଟି ଆଦର୍ଶ ଅଙ୍ଗନବାଡି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ହାଟଡିହି ବ୍ଲକ ଗୋପ ଗ୍ରାମରେ ନିର୍ମାଣ ହୋଇଥିବା ଅଙ୍ଗନବାଡି ଘରଟିର କାମ ଠିକାଦାର ଅତି ନିମ୍ନମାନର କରିଛି । ଘରକାମ ସରିବା ପୁର୍ବରୁ ଛାତର ଗ୍ରେଡିଂ ଉଠି ଯାଉଥବବାବେଳେ ଛାତରୁ ପାଣି ମଧ୍ୟ ଗଳୁଛି । ଏ ନେଇ ହାଟଡିହି ସରପଞ୍ଚ ବିଡିଓଙ୍କ ଦଅଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ସେହିପରି ଢ଼େଙ୍କା ପଞ୍ଚାୟତର ସଙ୍ଗମ ୨ର ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇ ଥିଲା । ଏତôରେ ଅଙ୍ଗନବାଡି ଗୃହ ନିର୍ମାଣ ସହିତ ଶୌଚାଳୟ, ଜଳ ଯୋଗାଣ, ବିଦୁ୍ୟତ ସଂଯୋଗ ସହିତ ଘରର ଭିତର ପାଖ ଓ ବାହାର ପାଖ ରଙ୍ଗ ବେରଙ୍ଗର ଚିତ୍ର କରାଯିବାକୁ ଏଷ୍ଟିମେଟରେ ଥିଲା । କିନ୍ତୁ ଠିକାଦାର ଯନ୍ତ୍ରୀଙ୍କ ସଲାସୁତରାରେ ଗୃହଟିକୁ ଅତି ନିମ୍ନମାନର କରିଥିବା ଅଙ୍ଗନବାଡି କର୍ମୀ ଅଭିଯୋଗ କରିଛନ୍ତି । ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି, ବିଦୁ୍ୟତ ସଂଯୋଗ ନାହିଁ, ନିମ୍ନମାନର ରଙ୍ଗ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେ ଏନେଇ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଉପଜିଲ୍ଲାପାଳ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଖାଲି ଏହି ଗୋଟିଏ ଦୁଇଟି ସ୍ଥାନରେ ନୁହେଁ ବ୍ଲକର ଅନେକ ପଞ୍ଚାୟତରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି । କିଛି ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ଏପରି ହେଉଥିବାରୁ ଯୋଜନା ଗୁଡିକ ବାସ୍ତବ ରୁପ ନେବା ପୁର୍ବରୁ ପ୍ରକଳ୍ପ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇ ଯାଉଛି । ଯାହାଦ୍ୱାରାକି ସାରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହେଉଛି । କେନ୍ଦୁଝର ଜିଲ୍ଲା ପ୍ରଶାସନ ଏହାଉପରେ ତଦନ୍ତ କରି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବାକୁ ଦାବି ହେଉଛି ।


