ଯନ୍ତ୍ରୀ ନେଇଗଲେ ଅବସର, ହୀନସ୍ତା ହେଉଛନ୍ତି ଜନସାଧାରଣ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଦୁର୍ନୀତିର ଗନ୍ତାଘର ପାଲଟିଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ହିଞ୍ଜିଳିକାଟୁ । ବିଭାଗୀୟ ଯନ୍ତ୍ରୀ ଆଉ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲୋକଙ୍କ କାମରେ ଆସୁନାହିଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଜାଲିଆତି ଠକେଇ କରି ଗତ ସରକାର ଅମଳରେ ଦୁର୍ନୀତିରେ ଉବୁଟୁବୁ ସରକାରୀ କର୍ମଚାରୀ ଏଠାରୁ ଅନ୍ୟତ୍ର ବଦଳି ହୋଇଗଲେଣି କିଛି ଅବସର ନେଇଗଲେ। ହେଲେ ଜାଲିଆତି ରେ କରାଯାଇଥିବା ନିମ୍ନ ମାନର କାର୍ଯ୍ୟ ରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
୩ ବର୍ଷ ତଳେ ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ପଞ୍ଚାୟତ ର ନିମି ଗାଁ ଠାରେ୩୭୫୧ ଜଣ ହିତାଧିକାରୀଙ୍କ ନିମନ୍ତେ ୨୪ ମଇ ୨୦୨୨ ରେ ୧,୨୯,୯୧,୦୦୦ ଲକ୍ଷ ଟଙ୍କାରେ ତିଆରି ଆରମ୍ଭ ହୋଇଥିବା ଓଭର ହେଡ ପାଣି ଟାଙ୍କିରୁ ଧାର ଧାର ହୋଇ ତଳକୁ ବହୁଛି ପାଣି ଜନପ୍ରତିନିଧି ଠାରୁ ଆରମ୍ଭ କରି ନିମିଗାଁ ବାସିନ୍ଦା ତଳ ଦିନରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ନିମ୍ନମାନର କାମ ଯୋଗୁଁ ନିର୍ମାଣର ମାତ୍ର ୩ ବର୍ଷରେ ଅଚଳ ହୋଇଯାଇଛି କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ତେବେ ଏହାରି ଭିତରେ କାମର ତଦାରଖ କରୁଥିବା ହିଞ୍ଜିଳିକାଟୁ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅବସର ନେଇଛନ୍ତି। ବର୍ତ୍ତମାନ ପାଣି ଓଭର ହେଡ ଟାଙ୍କିରୁ ଜଳ ଯୋଗାଣ କରା ନ’ଯାଇ ସିଧାସଳଖ ପମ୍ପରୁ ଲୋକଙ୍କୁ ପାଣି ଯୋଗାଇବା ଅଭିଯୋଗ କରିଛନ୍ତିି ଗ୍ରାମ ବାସୀ‌।
ଏବେ ପ୍ରଶ୍ନ ଉଠୁଛି ୧,୨୯,୯୧,୦୦୦ ଟଙ୍କାର ଓଭରହେଡ୍ ଟାଙ୍କି ନିର୍ମାଣ ହୋଇଛି କାହା ସ୍ୱାର୍ଥରେ? ୩ ବର୍ଷ ହେଲା ନିର୍ମାଣ ହୋଇଥିଲେ ବି କାହିଁକି ଲାଗି ପାରୁନି କାମରେ? ଟାଙ୍କିର ଏଭଳି ନିମ୍ନମାନର ନିର୍ମାଣ ପାଇଁ ଦାୟୀ କିଏ?ବୋଲି ଅଭିଯୋଗ ହୋଇଛି।
ଏ ସମ୍ପର୍କେ ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଅନେକ ଜାଗାରେ ପ୍ରକଳ୍ପ ଆରମ୍ଭ ହେଲାପରେ ପାଣି ଲୋଡ୍ କରିବା ପରେ କିଛି ଟାଙ୍କିରୁ ପାଣି ଗଳିଥାଏ । ଆପେ ଆପେ କିଛିଦିନ ପରେ ପାଣି ଗଳିବା ବନ୍ଦ ହୋଇଯାଇଥାଏ । ଯଦି କୌଣସି ଜାଗାରେ ପାଣି ଗଳିବା ବନ୍ଦ ନ ହୁଏ ତାହେଲେ କାର୍ଯ୍ୟ କରୁଥିବା ଠିକାଦାର ମରାମତି କରିଥାଏ । ଗ୍ରାମବାସୀଙ୍କର ଅଭିଯୋଗ ସମ୍ପର୍କରେ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି କହିଛନ୍ତି ଯନ୍ତ୍ରୀ ଦାସ। କିନ୍ତୁ ପ୍ରକଳ୍ପ ଆରମ୍ଭରୁ ସଲାସୁତୁରା ଓ ଦୁର୍ନୀତିରେ ହୋଇଥିବା ଟାଙ୍କିରୁ ପାଣି ଗଳିବା ନେଇ ଅଭିଯୋଗ ସତ୍ବେ ଗତ ସରକାର ଅମଳରୁ ନୂଆ ସରକାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ସ୍ଥାନୀୟ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାକୁ ଜିଲ୍ଲାପାଳ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବା ଦାବି ହୋଇଛି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ବିଭିନ୍ନ ଜାଲିଆତି ଦୀର୍ଘ ବର୍ଷ ଧରି ହୋଇଛି। ଆଙ୍ଗୁଠି ଗଣତି ଠିକାଦାର ସହ ଯନ୍ତ୍ରୀ ଓ କର୍ମଚାରୀ ବ୍ୟାପକ ଜାଲିଆତି ରେ ସଂଶ୍ଲିଷ୍ଟ ଅଛନ୍ତି। ଶୁଣାଯାଉଛି, ଖରା ଦିନରେ ଲୋକଙ୍କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣରେ ୨ ଚକିଆ ବାଇକ ଓ ମୋପେଡ ନମ୍ବର ଦର୍ଶାଯାଇ ହରିଲୁଟ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ