ଯମୁନା ସ୍ନାନରେ ଦୋଳ ମେଳଣ

ନାଉଗାଁ : ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତସ୍ଥିତ ଗଙ୍ଗଦା ଗ୍ରାମର ଜମୁନା ସ୍ନାନ ମେଳଣ ପଡିଆରେ ଶୁକ୍ରବାର ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହୋଲି ରାତି ପାହଁନ୍ତାରେ ୧୪ଟି ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ କରାଯାଇ ଶୋଭାଯାତ୍ରାରେ ମେଳଣ ପଡିଆକୁ ଅଣାଯାଇଥିଲା । ଏଥିରେ କୋରୁଅ, ଗଂଗଦା ଦୁଇଟି ଦୋଳ ବିମାନ ଗୋଟିଏ ଦିଗରୁ ମେଳନ ପଡିଆକୁ ଆସିୁଥିବା ବେଳେ ଅନ୍ୟ ଦିଗରୁ ତିରୁଣା, ଉର, ତେଂଟୋଇ-୧, ତେଂଟୋଇ-୨, ନରଣପୁର ଆଦି ଗ୍ରାମର ପାଂଚୋଟି ଦୋଳ ବିମାନ ମେଲଣ ପଡିଆରେ ପହିଁଚିଥିଲା । ସେହିପରି ଆଉ ସାତଟି ଓଷକଣା-୧, ଓଷକଣା-୨, ଭଣ୍ଡିସାହି, ପଥରପକ୍କା, ଶାଳିଜଙ୍ଗା, ବୋଦଳ, ଡେରିକି ଆଦି ଗ୍ରାମର ଦୋଳ ବିମାନ ଗୁଡିକ ଏକ ସଂଗରେ ଗୋଟିଏ ଦିଗରୁ ଆସି ମେଳଣ ପଡିଆରେ ପହଂଚିଲା ଥିଲା । ଏ ସମସ୍ତ ୧୪ଟି ଦୋଳ ବିମାନ ମେଳନ ପଡିଆରେ ଏକଜୁଟ ହେବା ପରେ ଆସ୍ଥନ ବିଜୟ କରିଥିଲେ । ଏହାପରେ ଗୋବରୀ ନଦୀର ଜଳରେ ରାଧାକୃଷ୍ଣ ପ୍ରତିମୂର୍ତିକୁ ସ୍ନାନ କରାଯାଇ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇ ଦିନ ତମାମ ନାମ ସଂକୀର୍ତନ କରାଯାଇଥିଲା । ସଂଧ୍ୟାରେ ମେଳଣ ପଡିଆରୁ ଦୋଳ ବିମାନ ଗୁଡିକ ନିଜ ନିଜ ଗାଁକୁ ଫେରିଥିଲେ । ସେହିପରି ନାଉଗାଁ ବଜାରର ନୂତନ ବସଷାଣ୍ଡ ନିକଟ ହନୁମାନ ମନ୍ଦିର ସମ୍ମୁଖରେ ବିଭିନ୍ନ ଗ୍ରାମରୁ ୧୦ଟି ଦୋଳ ବିମାନକୁ ନେଇ ମେଳଣ କରାଯାଇ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ