“ଯଯାତି” ର ସପଂଳତା ପାଇଁ ମା’ ବିରଜାଙ୍କୁ ପୂଜାର୍ଚ୍ଚନା ଓ କୃତଜ୍ଞତା

ଯାଜପୁର: ଚଳିତ ବର୍ଷ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି” ର ଊଦ୍‌ଘାଟନ ଦିବସରେ ମା’ ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ସୁ ଦୃଶ୍ୟ ଶୋଭାଯାତ୍ରା ବାଳାଶ୍ରମ ପଡିଆକୁ ଆଗମନ କରିଥିଲା । ମା’ ବିରଜା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ତାଙ୍କରି କୃପା ଲାଭ ସହ ଆଶ୍ରାରେ ଯାଇ ପ୍ରଶାସନ ଆରମ୍ଭ କରିଥିଲା ୫ ଦିନିଆ ମହୋତ୍ସବ । ରବିବାର ୮ମ ଜିଲ୍ଲା ମହୋତ୍ସବ “ଯଯାତି” ର ଉଜ୍ଜାପନ ଦିବସ ଥିଲା । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ଓ ଆନନ୍ଦର ସହ ସଂପନ୍ନ ହୋଇଥିଲା ଏହି ଜିଲ୍ଲା ମହୋତ୍ସବ । ତେଣୁ ମା’ ଙ୍କୁ କୃତଜ୍ଞତା ଜଣାଇବା ସହ ମା’ ଙ୍କ ପାଦ ପୂଜା ପାଇଁ ବିରଜା ମନ୍ଦିରରେ ପହଞ୍ଚିଥିଲେ ଉପଜିଲ୍ଲାପାଳ ତଥା ବିରଜା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ । ମା’ ଙ୍କୁ ପ୍ରାର୍ଥନା କରି ଗୁହାରୀ କରିଥିଲୁ ସୁରୁଖୁରୁରେ ମହୋତ୍ସବ ସଂଘଟିତ ହେଊ । ମା’ ଙ୍କ ଆଶିର୍ବାଦରୁ ଅତି ଚମତ୍କାର ଭାବେ ଶୃଙ୍ଖଳାର ସହ କାର୍ଯ୍ୟ ସମାପନ ହୋଇଥିବାରୁ ମା’ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଊଚ୍ଥୁ ବୋଲି କହିଚ୍ଥନ୍ତି ଉପଜିଲ୍ଲାପାଳ ଶ୍ରୀ ଧଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ