ଯଯାତୀ କେଶରୀ କ୍ଳବ୍ ରେ ଅଙ୍ଗନବାଡ଼ି ଛାତ୍ର ଛାତ୍ରୀମାନଙ୍କୁ ଶୀତ ବସ୍ତ୍ର ଓ ଶିକ୍ଷା ଉପକରଣ ବଣ୍ଟନ

ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଚୌଦ୍ଵାର ପୌରପାଳିକା ସ୍ଥିତ ଯଯାତୀ କେଶରୀ କ୍ଳବ୍ ଠାରେ ୧୦ ଓ ୧୯ ନମ୍ୱର୍ ୱାର୍ଡ ର ୪ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କୁ ଶୀତ ବସ୍ତ୍ର ଓ ଶିକ୍ଷା ଉପକରଣ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କର୍ମୀ ସରିତା ରଥ ସଭାତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥି ଭାବେ ଟାଙ୍ଗୀ ଚୌଦ୍ବାର ସମ୍ୱନିତ ଶିଶୁ ବିକାଶ ଯୋଜନାର ସୂପରଭାଇଜର ଶ୍ରୀମତୀ ଆରଡ଼ି ମହାନ୍ତି ଯୋଗ ଦେଇ ଓଡ଼ିଶା ସରକାରଙ୍କର ଅଙ୍ଗନବାଡ଼ି କେନ୍ଦ୍ରର ଉପଯୋଗୀତା ଓ ମହାମାରୀ କରାେନା ସମୟରେ ସ୍ବାସ୍ଥ୍ୟ ଓ ଶରୀର ପ୍ରତି ପିଲାମାନଙ୍କ ର ଧ୍ୟାନ ଦେବାକୁ ମା ମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ କାଉନସିଲର ତଥା ଜିଲ୍ଲା ବିଜେଡ଼ି ସମ୍ପାଦକ ଶୁଭେନ୍ଦୁ ସାମଲ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସହିତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଆବଶ୍ୟକତା ପୁରାଣ କରାଯିବ ବୋଲି ଘୋଷଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ବିଜୟ କୁମାର ମଲ୍ଲିକ, ଅଙ୍ଗନବାଡ଼ି କର୍ମୀ ମମତା ବେହେରା, ସ୍ମୃତିଶ୍ରୀ ଜଗଦେବ,ଦମୟନ୍ତୀ ମନ୍ତ୍ରୀ, ବ୍ରଜକିଶୋର ଶତପଥି, ଦୁଃଖିଶ୍ୟାମ୍ ଶତପଥି ପ୍ରମୁଖ ସହଯୋଗ କରିଥିଲେ। କର୍ମୀ ସୁପ୍ରଭା ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ରଶ୍ମୀ ମହାରଣା, ସଂଯୁକ୍ତା ରାଉତ ଓ ପିଙ୍କି ବାରିକ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ