ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୪ତମ ଜୟନ୍ତୀ ସମାରୋହ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜନତାଙ୍କ ସେବା କରିବା ପାଇଁ ନିଷ୍ଠା, ଆନ୍ତରିକତା ଓ ପ୍ରତିବଦ୍ଧତା ଥିଲା ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପାଖରେ ବୋଲି ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଆୟୋଜିତ ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୪ତମ ଜନ୍ମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି । ସ୍ୱର୍ଗତ ମହାନ୍ତିଙ୍କର ମୂଲ୍ୟବୋଧ ଭିତ୍ତିକ ରାଜନୀତି ପ୍ରତି ପ୍ରତିବଦ୍ଧତା ଥିଲା । ମଣିଷକୁ ମଣିଷ ପରି ଗଢିତୋଳିବାକୁ ଭାଗବତବାବୁ ବିଭିନ୍ନ ଅନୁଷ୍ଠାନ ଗଢିତୋଳି ଥିଲେ । ତାଙ୍କର ସେହି ଆଦର୍ଶ ଓ ଲକ୍ଷ୍ୟର ସ୍ୱପ୍ନକୁ ପୁରଣ କରିବା ପାଇଁ ଆମକୁ ସମୟ ଏବଂ ସୁଯୋଗର ସଦ୍ଉପୋଯୋଗ କରିବାକୁ ପଡିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ତପନ କୁମାର ପତି କହିଥିଲେ ଯେ ଭାଗବତବାବୁ ଥିଲେ କେନ୍ଦ୍ରାପଡାର ଅର୍ଦ୍ଧଶତାର୍ଦ୍ଦିର ଇତିହାସ । ତାଙ୍କ ନିକଟରେ ମାନବୀୟ ମୂଲ୍ୟବୋଧ ଭରି ରହିଥିଲା । ସେ ଥିଲେ ସ୍ମୃତିର ସୈାଦ୍ଧ, କେନ୍ଦ୍ରାପଡାର ଗାନ୍ଧୀ । ତାଙ୍କର ଦୃଢତା, ସ୍ପଷ୍ଟବାଦିତା, ସାଧୁତା ଓ ସଚ୍ଚୋଟତା ପାଇଁ ସେ ଲୋକଙ୍କ ପାଖରେ ଆଜିବି ଚିରସ୍ମରଣୀୟ ହୋଇ ରହିଛନ୍ତି । ସେ କେବଳ ରାଜନେତା ନଥିଲେ ଥିଲେ ରାଷ୍ଟ୍ରନେତା ବୋଲି ମୁଖ୍ୟବକ୍ତା ଶ୍ରୀ ପତି କହିଥିଲେ । ଟ୍ରଷ୍ଟର ସଦସ୍ୟ ଫକିର ଚରଣ ଖଟୁଆ ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚ ସଞ୍ଚାଳନ କରିଥିଲେ । ସ୍ୱର୍ଗତ ଭାଗବତବାବୁ ଥିଲେ ଜଣେ ଦକ୍ଷ ରାଜନୈତିଜ୍ଞ, ଶିକ୍ଷାବିତ, ଅନେକ ଅନୁଷ୍ଠାନର ସ୍ରଷ୍ଟା, କେନ୍ଦ୍ରାପଡା ରାଜନୀତିର ଭିଷ୍ମପିତାମହ, କେନ୍ଦ୍ରାପଡାର ଗୈାରବ, ଅପ୍ରତିଦ୍ୱନ୍ଦୀ ରାଜନେତା, ବିଶିଷ୍ଟ ସମାଜବାଦୀ ନେତା, କେନ୍ଦ୍ରାପଡାର ବାଇମୁଣ୍ଡି, ସ୍ୱକ୍ରୀୟ ପ୍ରତିଭା ବଳରେ ଇତିହାସକୁ ବଦଳେଇ ଦେଉଥିବା ନେତୃତ୍ୱ, ସୁଛତା, ସାଧୁତା, ସମୟାନୁବର୍ତ୍ତୀତାର ମୂର୍ତ୍ତିମନ୍ତ ପ୍ରତିକ ତଥା ସ୍ୱଛ, ନିଷ୍କପଟ ଓ ସତ୍ୟବାଦୀ ଭାବେ ରାଜନୀତିରେ ଜଣେ ଧୁରୀଣ ନେତା ଭାବରେ ସାରା ଓଡିଶାରେ ତାଙ୍କର ଥିଲା ସ୍ୱତନ୍ତ୍ର ସ୍ଥାନ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, କବୟତ୍ରୀ ଡଃ. ଅପର୍ଣ୍ଣା ମହାନ୍ତି, ପ୍ରାକ୍ତନ ମାର୍ଶାଘାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅମୀୟ କୁମାର ଜେନା ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ବିଶିଷ୍ଟ ସମବାୟବିତ ପ୍ରମୋଦ ସାହୁ, ଅଧ୍ୟାପକ ଅଜୟ ରାଉତ, ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, କେନ୍ଦ୍ରାପଡା ଅର୍ବାନକୋପରେଟିଭ ବ୍ୟାଙ୍କର ପୂର୍ବତନ ସିଇଓ ସୁଶିଲ କୁମାର ସାମଲ, ବିଜେଡି ନେତା ଭଜକୃଷ୍ଣ ରାଉତ, ‘ସ୍ୱାଧୀକାର’ ସମ୍ପାଦକ ଅକ୍ଷୟ କୁମାର ପତି, ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ସାହୁ, ଗୋପାଳ ମାହାଲିକ, ସିପିଆଇ ନେତା ବାବାଜୀ ଧଳ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର,, ଡା. ବିଶ୍ୱ ପ୍ରକାଶ କାନୁନଗୋ, ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା, ବିଧୁଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା, ଗୋପାଳକୃଷ୍ଣ ଜେନା,ରଶ୍ମୀରଞ୍ଜନ ଚୈାଧୁରୀ, ରତିକାନ୍ତ କାନୁନଗୋ, ମହମ୍ମଦ ଆକବର ଅଲ୍ଲୀ, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ଦାସ,ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, କରୁଣାକର ଦାସ, ପ୍ରାକ୍ତନ ନଗରପାଳ ଧିରେନ ସାହୁ, ଶ୍ରୀକାନ୍ତ ନାୟକ, ପ୍ରଫୁଲ୍ଲ ସାହୁ, କବୟିତ୍ରୀ ବୀଣାପାଣୀ ଚୈାଧୁରୀ, ସମାଜସେବୀ ଗାୟତ୍ରୀ ମହାନ୍ତି, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାରୋ ଭାବଗ୍ରାହୀ କଳାନିକେତନର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଟ୍ରଷ୍ଟି ବସନ୍ତ କୁମାର ସେଠୀ ବିବରଣୀ ପ୍ରଦାନ କରିଥିବା ବେଳେ ଶରତ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।


