ଯଶିପୁରରେ ଏସୟୁସିଆଇ ତରଫରୁ ଭାରତ ବନ୍ଦ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ ): ସଂଯୁକ୍ତ କିଷାନ ମୋର୍ଚ୍ଚା ସମେତ କିଷାନ କ୍ଷେତମଯଦୁର ସଂଗଠନ ର ଆହ୍ୱାନରେ ୮ ଡିସେମ୍ବର ଭାରତ ବନ୍ଦ ସମର୍ଥନରେ ଏସ ୟୁ ସି ଆଇ (କମ୍ମ୍ୟୁନିଷ୍ଟ) ପାର୍ଟି ସମେତ ଶ୍ରମିକ ସଂଗଠନ ଏ ଆଇ ୟୁ ଟି ୟୁ ସି, ଯୁବ ସଂଗଠନ ,ଛାତ୍ର ସଂଗୀତ ଡି ଏସ ଓ ,କୃଷକ ସଙ୍ଗଠନ ଏ ଆଇ କେ କେ ଏମ ଏସ ର ଶତାଧିକ ନେତା, କର୍ମୀ, ସମର୍ଥକ ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହୋଇ ପାର୍ଟି ଓ ବିଭିନ୍ନ ଗଣସଙ୍ଗଠନର ବ୍ୟାନର ସମେତ ଭାରତ ସଫଳତାର ବ୍ୟାନର ଧରି ଯଶିପୁର ବଜାର ପରିକ୍ରମା କଲାପରେ ୪୯ନମ୍ବର ଜାତୀୟ ରାଜପଥ ଉପରେ ଅବସ୍ଥାନ କରି ରାଜପଥକୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଅବରୋଧ କଲାପରେ ରାସ୍ତା ଉପରେ ଏକସଭା ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ଼ ମନୋଜ ମହାନ୍ତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟବକ୍ତା ଏସ ୟୁ ସି ଆଇ(କମ୍ମ୍ୟୁନିଷ୍ଟ) ରାଜ୍ୟକମିଟି ସଦସ୍ୟ ତଥ୍ୟ ପୂର୍ବତନ ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାଏକ ଚାଷୀମାନଙ୍କ ଦାବିଗୁଡିକୁ ଦୃଢ ସମର୍ଥନ କରିବସଙ୍ଗେସଙ୍ଗେ କୃଷକ ବିରୋଧୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶଧନ ଆଇନ, ପ୍ରାଇଭେଟ ମଣ୍ଡିଆଇନଏବଂ ଚୁକ୍ତି ଚାଷ ଆଇନ ଗୁଡିକୁ ତୁରନ୍ତ ପ୍ରତ୍ୟାହାର ସରକାରଙ୍କଠାରେ ଦାବି କରିଥିଲଲେ।ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ଼ ପ୍ରକାଶ ମଢ଼େଇ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସମିତି ସଭ୍ୟ ସଞ୍ଜିତ ମହାନ୍ତ,,ସମିତି ସଭ୍ୟ ଜୟନାଥ ମହାନ୍ତ ଦୁଖବନ୍ଧୁ ମହାନ୍ତ, ଶୁଶାନ୍ତ ମୂର୍ମୁ,ସତ୍ୟେନ ମହାନ୍ତ,ସନା ହୋ, ତରୁଣ ପାତ୍ର, ରବିନ୍ଦ୍ର ମହାନ୍ତ,ଲଳିତ ମହାନ୍ତ, ଦୁର୍ଯ୍ୟୋଧନ ମୂର୍ମୁ, ଶୈଳ ନାଏକ,ଶ୍ରୀନିବାସ ନାଏକ, ଅର୍ଜୁନ ମହାନ୍ତ,ପ୍ରାମ୍ମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।