ଯଶିପୁର ବିଜୁଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ୨୫ ୟୁନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):’କରୋନା’ ପାଇଁ ଲକ୍ ଡାଉନ୍ ।ଜନ ଜୀବନ ଦିର୍ଘ ୪୦ଦିନ ହେଲା ଗୃହ ବନ୍ଦୀ । ଏଭଳି ବିଶ୍ବ ମାନବ ସମାଜ ଏକ ଭୟଙ୍କର ବିପଦରେ ଗତି କରୁଛନ୍ତି । ଲକ୍ ଡାଉନ୍ ପାଇଁ କେହି ଘରୁ ବାହାରକୁ ଯାଉନାହାନ୍ତି । ଲକ୍ ଡାଉନ ଅବସ୍ଥା ଯୋଗୁଁ ସମସ୍ତ ଡାକ୍ତର ଖାନାରେ ରକ୍ତର ଘୋର ଅଭାବ ଦେଖାଦେଇଛି ।ବହୁ ପ୍ରସୂତି ମହିଳା ଓ ଥାଲାସେମିଆ ରୋଗୀମାନେ ଟୋପାଏ ରକ୍ତ ପାଇଁ ଡହଳବିକଳ ହେବା ସହ ମୃତ୍ୟୁ ସହିତ ଜୁଝି ହେଉଛନ୍ତି । ମୟୂରଭଂଜ ଜିଲ୍ଲାର ଯଶିପୁର ନିର୍ବାଚନ ମଣ୍ଡଳୀ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତର ଘୋର ଅଭାବ ହୋଇଥିବା ଖବର ପାଇ ଯଶୀପୁର ଅଂଚଳର ଯୁବ ସମାଜସେବୀ ତଥା ବିଜୁଜନତା ଦଳର ବିଶିଷ୍ଟ ଯୁବନେତା ଚକ୍ରଧର ହେମ୍ବ୍ରମ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡାକରା କୌଣସି ପିଡିତା ଯେଭଳି ଟୋପାଏ ରକ୍ତ ପାଇଁ ମୃତ୍ୟୁ ମୁଖରେ ନ ପଡନ୍ତି ସେହି ବାର୍ତ୍ତା କୁ ଜୀବନର ମନ୍ତ୍ର ରୂପେ ଗ୍ରହଣ କରି ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଦଳୀୟ କର୍ମୀଙ୍କ ସହଯୋଗରେ ସୋମବାର ଦିନ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।ଏଥିରେ ୨୫ଜଣ ଦଳୀୟ କର୍ମୀ, ସ୍ବେଚ୍ଛାସେବୀ, ସାମାଜିକ କର୍ମୀ, ବଦାନ୍ୟ ବ୍ୟକ୍ତି ,ଯୁବ, ଛାତ୍ର ମହିଳା ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ନବନିର୍ବାଚିତା ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ କରଂଜିଆ ନିର୍ବାଚନ ମଣ୍ଡଳୀ ବିଧାୟିକା ବାସନ୍ତୀହେମ୍ବ୍ରମ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ରକ୍ତଭଣ୍ଡାରର ଜଳେନ୍ଦ୍ର ନାଥ ରଣା , ଯଶିପୁର ଡାକ୍ତର, ବିଜେଡିର ବିଶେଶ୍ୱର ମହାନ୍ତ, ବିଶ୍ବନାଥ ସାହୁ ଏବଂ ଅନ୍ୟ ଯୁବ ଛାତ୍ର ସହାୟତା କରିଥିଲେ । ଏଭଳି ଘଡସନ୍ଧି ସମୟରେ ସମାଜସେବୀ ଚକ୍ର ଭାଇଙ୍କ ରକ୍ତହୀନତା ରୋଗୀଙ୍କ ସାହାର୍ଯ୍ୟ ପାଇଁ ଉଦ୍ୟମ ଏକ ପାଦ ଆଗେଇ ଥିବାରୁ ରକ୍ତପାଇଁ ଡ଼ହଳବିକଳ ହେଉଥିବା ପିଡିତାମାନେ ପ୍ରଶଂସା କରିଛନ୍ତି ।