ଯଶିପୁର ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି

ରାଇରଙ୍ଗପୁର,(,ଅକ୍ଷୟ କୁମାର ବିଶ୍ୱାଳ): ଯଶିପୁର ବ୍ଲକ ରେ ଦିନକୁ ଦିନ ଦୁର୍ନୀତି ବଢିବାକୁ ଲାଗିଛି | : ନଳକୂପ ମରାମତି ସାମଗ୍ରୀ କିଣାରେ ଚଞ୍ଚକତା ଅର୍ଥହୋରି ଲୁଟ
: ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା
: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା
: ହୋଟେଲ ଏଜେନ୍ସି କୁ ସଙ୍ଘରଧ କେନ୍ଦ୍ର ର ଖାଦ୍ୟ ଦାଇତ୍ୱ ଅର୍ପଣ
: ଜେନେରେଟର କିଣାରେ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡପ
: ପୂର୍ବତନ ବି ଡି ଓ ଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ
: ରାଜ୍ୟ ଭିଜିଲାନ୍ସ ନିର୍ଦେଶକ ଓ ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ
ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ର ଶିମିଳିପାଳ ବନାଞ୍ଚଳ ଅନ୍ତର୍ଗତ ୫ଟି ଗ୍ରାମପଞ୍ଚାୟତ ରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କା ବାଟ ମରଣା ହୋଇଥିବାର ବିଭାଗୀୟ ତଦନ୍ତ ହେବାପରେ ସରପଞ୍ଚ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ,ଜି ଆର ଏସ ,ସହ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ ,ବ୍ଲକ ର ମନେରଗା କର୍ମଚାରୀ ,ଭେଣ୍ଡର ଙ୍କ ସମେତ ୨୫ ଜଣଙ୍କ ନାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦେବାପାଇଁ ବି ଡି ଓ ଅନୁପମା ଘୋଷ ଙ୍କୁ ନିର୍ଦେଶ ଦିଆଯାଇଥିଲା l ଏତେଲା ବହୁ ବିଳମ୍ବରେ ହେବାଯୋଗୁ ଅଭିଯୁକ୍ତ ମାନେ ଫେରାର ହେବାକୁ ସମୟ ପାଇଲେ ଏବଂ ଗିରପ ଦାରିକୁ ଏଡ଼ାଇବାପାଇଁ ହାଇକୋଟ ରୁ ଆଗୁଆ ଅଭ୍ୟନ୍ତରିଣ ଜାମିନ ପାଇଛନ୍ତି , ଯଶିପୁର ପୋଲିସ ମାତ୍ର ୩ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜଣେ ସରପଞ୍ଚ କୁ ଗିରପ କରିବାର ସକ୍ଷମ ହାଇଛି l ମନରେଗା ଦୁର୍ନୀତିର ତଦନ୍ତ ଚାଲିଥିବା ବେଳେ ଯଶିପୁର ବ୍ଲକ ପ୍ରୋଗ୍ରାମ ଅଫିସର ତଥା ପୂର୍ବତନ ବି ଡି ଓ ଅନୁପମା ଘୋଷ ଙ୍କୁ ନାଟକୀୟ ଢଙ୍ଗରେ ତାଙ୍କୁ ଏଠାରୁ ବଦଳି କରିବା ଯୋଗୁଁ ତଦନ୍ତ ରେ ଶୀଥିଳତା ଦେଖାଦେଇଛି l ମନରେଗା ମହା ଦୁର୍ନୀତିର ତଦନ୍ତ ଚାଲିଥିଲା ବେଳେ ଏବେ ପୁଣି ନଳକୂପ ମରାମତି ବାବଦକୁ ମେଟେରିଆଲ କିଣା ,ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନା , ପାଇଖାନା ନିର୍ମାଣ ,ଜେନେରେଟର କିଣା , କୋରନା ମୁକାବିଲା ଆଦିରେ ବ୍ୟାପକ ଆର୍ଥିକ ଅନିୟମିତତା କରି ଅର୍ଥ ବାଟମାରଣା ନେଇ ପୂର୍ବତନ ବି ଡି ଓ ଙ୍କ ନାମରେ ସଂଗୀନ ଅଭିଯୋଗ ନେଇ ରାଜ୍ୟ ଭିଜିଲାନ୍ସ ନିର୍ଦେଶକ ଏବଂ ପଞ୍ଚାୟତ ରାଜ ସଚିବଙ୍କ ଠାରେ ଲିଖିତ ଭାବେ ଯଶିପୁର ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ଅଭିଯୋଗ ପତ୍ର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିବା ଘଟଣା ଚର୍ଚାର ବିଷୟ ପାଲଟିଛି l ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପତ୍ର ସଂଖ୍ୟା ୭୯୭୨ /ତା ୨୫.୦୪.୨୦୧୮ ରିଖ ଅନୁସାରେ ଗୋଟିଏ ନଳକୂପ ମରାମତି ଓ ମୋବାଇଲ ଭ୍ୟାନ ପାଇଁ ବର୍ଷକୁ ଏକ ହଜାର ଟଙ୍କା ବ୍ଲକ କୁ ଦେବାପାଇଁ ପଞ୍ଚାୟତ କୁ ନିର୍ଦେଶ ହୋଇଛି l ତେବେ ବି ଡି ଓ କେଉଁ ଏଜେନ୍ସି ପାଖରୁ କେତେ ଟଙ୍କାରେ କେଉଁ ମେଟେରିଆଲ ସାମଗ୍ରୀ କିଣିବେ ସେ ସମ୍ପର୍କରେ ପଞ୍ଚାୟତ କୁ ନ ଜଣାଇ ବର୍ଷକୁ ଗୋଟିଏ ନଳକୂପ ବାବଦକୁ ଏକ ହଜାର ପରିବର୍ତେ ୨ହଜାର ରୁ ଅଢେଇହଜାର ଟଙ୍କା ଖର୍ଚ କରିଛନ୍ତି l ଗତ ୨୦୧୮ -୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ନଳକୂପ ମରାମତି ପାଇଁ ମେଟେରିଆଲ ସାମଗ୍ରୀ କିଣା ବାବଦକୁ ପ୍ରାୟ ୨୭ ଲକ୍ଷ ଟଙ୍କା ସାମଗ୍ରୀ ବେଆଇନ ଭାବେ ନିମ୍ନମାନର ଜିନିଷ ବ୍ଲକ ପ୍ରଶାସନ ପକ୍ଷରୁ କିଣା ଯାଇଛି l ଏ ପରିକି ବ୍ଲକ କ୍ରୟ କମିଟିର କୌଣସି ଅନୁମୋଦନ ହୋଇନି ବଲି ଶୁଣି ବାକୁ ମିଳୁଛି l ମେଟେରିଆଲ ବିଲ ବାବଦକୁ କାଗଜ ପତ୍ର ରେ ଜାଲ ବିଲ ଜରିଆରେ ଅର୍ଥ ପେମେଣ୍ଟ ହୋଇଛି l କିନ୍ତୁ ଗୋଦାମ ଘରେ ସେତିକି ମାଲ ମହଜୁଦ ନାହିଁ ଯାହାକି ତଦନ୍ତ ସାପେକ୍ଷ l ନଳକୂପ ପାଇପ ର ସରକାରୀ ମାନଦଣ୍ଡ ଅନୁସାରେ ଆଇଏସଆଇ ମାନଦଣ୍ଡ ଅନୁସାରେ ଗୋଟିଏ ପାଇପ ର ଓଜନ ୮ କିଲୋ ୫୦୦ ଗ୍ରାମ ରୁ ୯ କିଲୋ ୫୦୦ଗ୍ରାମ ହେବା କଥା କିନ୍ତୁ ବାସ୍ତବରେ ବ୍ଲକ ପ୍ରଶାସନ ପକ୍ଷରୁ ଯେଉଁ ପାଇପ କିଣା ଯାଇଛି ପାଇପ ର ଓଜନ କମ ଥିବା ଅଭିଯୋଗ ହୋଇଛି ,ଯାହାକି ତଦନ୍ତ ସାପେକ୍ଷ l ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯଶିପୁର ବ୍ଲକ କୁ ୨୬୫୯ ଘର ଆସିଥିଲା l ସରକାରୀ ନିୟମ ଅନୁସାରେ ହିତାଧିକାରୀ ଚୟନ ପରେ ନାମ ତାଲିକା ଗ୍ରାମପଞ୍ଚାୟତ ସୂଚନା ଫଳକରେ ପ୍ରକାଶ ହେବାକଥା କିନ୍ତୁ ବ୍ୟତିକ୍ରମ ଦେଖାଦେଇଛି l ଏପରିକି ଆଜି ପର୍ଯ୍ୟନ୍ତ ବହୁ ହିତାଧିକାରୀ ନାମରେ କାଯ୍ୟଦେଶ ଦିଆଯାଇନାହିଁ ଅଥଚ କାମ ଚାଲିଛି l ବହୁ ହିତାଧିକାରୀ ମାନେ ଠିକ ସମୟରେ ଘରକାମ ସାରିଥିଲେ ଇଣ୍ଟେନସିଭ ୨୦ ହଜାର ଟଙ୍କା ମିଳିବା କଥା କିନ୍ତୁ ଅଗ୍ରିମ ପିସି ନ ଦେଲେ ବିଲ ପେମେଣ୍ଟ ହେଉନି ବୋଲି ଅଭିଯୋଗ ହୋଇଛି l ୨୦୨୦ -୨୧ ଆର୍ଥିକ ବର୍ଷରେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା ୭୪୬୦ ତା ୩୦.୦୩.୨୦୨୦ ରିଖ ଅନୁସାରେ ରୁଗ୍ଣ ,ଅଭାବଗ୍ରସ୍ତ ,ଓ ନିରାଶୟ ତଥା ପରିଚାଳନା କରାଯାଇଥିବା କୋରନା ମହାମାରୀ ପ୍ରତି ଷେଧକ ସଂଘରୋଧ କେନ୍ଦ୍ରରେ ରହୁଥିବା ଲୋକମାନଙ୍କୁ ମହିଳା ସ୍ୱୟଂସହାୟିକା ଗୋଷ୍ଟି ଦ୍ୱାରା ଖାଦ୍ୟ ପରିବେଷଣ ପାଇଁ ସରକାରୀ ନିର୍ଦେଶ ନାମା ରହିଛି l ଅଥଚ ଯଶିପୁର ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖାଦେଇଛି l ବି ଡି ଓ ଜଣେ ହୋଟେଲ ଏଜେନ୍ସି କୁ ୧୮ ଟି ପଞ୍ଚାୟତ ର ଖାଦ୍ୟ ପରିବେଷଣ ପାଇଁ ଦାଇତ୍ୱ ଦିଆଯାଇଥିଲା ଯାହାକି ତଦନ୍ତ ସାବ୍ୟସ୍ତ l ଓଡିଶା ସରକାର ଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୬୬୦୪ ତା ୧୬ .୦୩.୨୦୨୦ ରିଖ ନିର୍ଦେଶ ନାମା ଅନୁସାରେ ଗ୍ରାମପଞ୍ଚାୟତ ଅସ୍ଥାୟୀ ମେଡିକାଲ କେମ୍ପ ର ପରିଚାଳନା ପାଇଁ ଓ ଅନୁସାଙ୍ଗିକ ଉପକରଣ ଗଚ୍ଛିତ ପାଣ୍ଠିରୁ କ୍ରୟ କରିବାପାଇଁ ନିର୍ଦେଶ ଥିଲେ ମଧ୍ୟ ବ୍ଲକ ପ୍ରଶାସନ ର ଇଙ୍ଗିତ ରେ ଏଜେନ୍ସି ସହ ଯୋଗାଯଗ କରି ସାମଗ୍ରୀ କିଣିବା ଲାଗି ସରପଞ୍ଚ ମାନଙ୍କୁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ ହୋଇଛି l ଅସ୍ଥାୟୀ ମେଡିକାଲ କେମ୍ପ ପାଇଁ ଆକୁଆଗାର୍ଡ ଇନଭରେଟର,ଓ ୨.୪ କିଲୋ ଭୋଲ୍ଟ ର ମଟର ଜେନେରେଟର ,ଆଦି ନିମ୍ନ ମାନର ଜିନିଷ ଯୋଗାଇ ଦେଇଥିବାର ଅଭିଯୋଗ ହୋଇଛି l ବଜାର ଦର ୧ ଟି ଜେନେରେଟର ର ମୂଲ୍ୟ ଚଉଷଠି ହଜାର ଆଠ ଶହ ଟଙ୍କା ହୋଇଥିବା ବେଳେ ଏହାକୁ ଚଞ୍ଚ କତା କରି ଏକ ଲକ୍ଷ ୨୫ ହଜାର ଟଙ୍କାର ବିଲ ପେମେଣ୍ଟ ୨୦ ପଞ୍ଚାୟତ ପକ୍ଷରୁ ଏଜେନ୍ସି କୁ ପେମେଣ୍ଟ କରାଯାଇଛି l ଯାହାକି ତଦନ୍ତ ସାବ୍ୟସ୍ତ l ସ୍ୱଚ୍ଛଭାରତ ମିଶନ ଯୋଜନାରେ କେନ୍ଦ୍ର ସରକାର ପାଇଖାନା ନିର୍ମାଣ ଲାଗି କୋଟି କୋଟି ଟଙ୍କା ଯଶିପୁର ବ୍ଲକ କୁ ସରକାରୀ ଅନୁଦାନ ମିଳିଥିଲା l ବ୍ଲକ ର ୨୦ ଟି ପଞ୍ଚାୟତ ରେ ସର୍ବ ମୋଟ ଅଠର ହଜାର ଏକ ଶହ ୬୬ ଟି ପାଇଖାନା ନିର୍ମାଣ ଲାଗି ସରକାରୀ ଅନୁଦାନ ମିଳିଛି l ଏଇ ପାଇଖାନା ନିର୍ମାଣ ରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ l ଗୋଟିଏ ପାଇଖାନା ନିର୍ମାଣ ପାଇଁ ବାର ହଜାର ଟଙ୍କା ବିଲ ହେଇଥିବା ବେଳେ ଶିମିଳିପାଳ ର ଗୁରୁଗୁଡ଼ିଆ,ବରେହିପାଣି ,ଅସ୍ତକୁଅଁର,ଆଦି ତିନଟି ପଞ୍ଚାୟତରେ ଅଧିକା ଦୁଇ ହଜାର ଟଙ୍କା ପରିବହନ ଦୂରତା ବାବଦକୁ ପେମେଣ୍ଟ ହୋଇଥିବାର ଜଣାଯାଏ l ପାଇଖାନା ନିର୍ମାଣ ନ କରି ଜାଲ ବିଲ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇଥିବାର ଅଭିଯୋଗ ଯାହାକି ତଦନ୍ତ ସାପେକ୍ଷ l ଯଶିପୁର ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଥିବାର କୁହାଯାଉଥିବା ବେଳେ ବ୍ଲକ ପ୍ରଶାସନ କାର୍ଯ୍ୟକଳାପ ଉପରେ ସାଧାରଣରେ ନାନା ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି l ଯଶିପୁର ବ୍ଲକ ଶିମିଳିପାଳ ବନାଞ୍ଚଳ ରେ ହୋଇଥିବା ବହୁ ଚର୍ଚିତ ମନରେଗା ମହାଦୁର୍ନୀତିର ସଠିକ ତଦନ୍ତ ହେଉନାହିଁ l ପୋଲିସ ଓ ଭିଜିଲାନ୍ସ ବିଭାଗର ଶୀଥିଳତା ଯୋଗୁ ଏହା ତଦନ୍ତ ଆଗେଇ ପାରିନାହିଁ l ତେଣୁ ଏହାର ତଦନ୍ତ ଦାଇତ୍ୱ ପ୍ରବର୍ତ୍ତନ ନିର୍ଦେଶାଳୟ କିମ୍ବା ଉଚସ୍ତରିୟ ତଦନ୍ତ ସଂସ୍ଥା ଦ୍ୱାରା କରାଯିବ ସହ ଏଥିରେ ସଂପୃକ୍ତ ବ୍ୟକ୍ତି, ସରକାରୀ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ପୂର୍ବତନ ବିଧାୟକ ଶମ୍ବୁନାଥ ନାଏକ ଦାବି କରିଛନ୍ତି l ଏହି ଅଭିଯୋଗ ଗୁଡିକ ସମ୍ପର୍କରେ ଯଶିପୁର ବି ଡି ଓ ଶିବାଶିଷ ବରାଳ ଙ୍କୁ ଆମ ପ୍ରତିନିଧି ମତାମତ ନେବାରୁ ସେ କହିଲେ ଅଭିଯୋଗ ର ସତ୍ୟାସତ୍ୟ ତଦନ୍ତ କଲାପରେ ଜଣା ପଡିବ l ଯଦି ଅଭିଯୋଗ ଠିକ ଥାଏ ତେବେ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାରଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ