ଯଶିପୁର- ରାଇରଙ୍ଗପୁୟ ରାସ୍ତା ମରଣଯନ୍ତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ): ବିଜୟଓ୍ବାଡା – ରାଞ୍ଚି ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି ।ଅମାନିଆ ଚାଳକ ହେଉ ଅବା ନିଶାଗ୍ରସ୍ତ ଯୁବକ ହେଉ ଅବା ଦୃତ ଗତି ମହା ବିପତ୍ତି ହେଉ ରାସ୍ତାରେ ଗଡୁଛି ମୁଣ୍ଡ ।ଗତକାଲି ରାତିରେ ୨୨୦ ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର- ଯଶିପୁର ରାସ୍ତାର କୁସୁମିତ ବ୍ଳକର ଵଳଦପୁର ନିକଟରେ ଦୁଇଟି ବାଇକ୍ ଆସନା ସାମ୍ନା ହେବା ଫଳରେ ଜଣଙ୍କର ମୃତ୍ୟୁ ସୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଯୋଗ୍ୟ କୁସୁମିତ ବ୍ଳକର ସାରସପଦା ଗ୍ରାମର ବାପ ପୁଅ ସୁନା ରାମ ଟୁଡୁ(୬୦) ଏବଂ ଦିବ୍ୟ ଲୋଚନ ଟୁଡୁ(୨୪) ଖେରଣାରୁ ନିଜ ଗାଁକୁ ବାଇକ (ଓ ଆର11ଜେ 4067)ଫେରୁଥିବା ବେଳେ ସାମନା ପଟୁ ବାଲିଆଢିପା ଗ୍ରାମର ପ୍ରେମ ପୂର୍ତ୍ତି ବାଇକ୍ (O9ଏବି 3097) ସହିତ ଧକ୍କା ହେବା ଫଳରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ୩ ଜଣଙ୍କୁ ରାଇରଙ୍ଗପୁର‌ ହସ୍ପିଟାଲ ଅଣା ଯାଇଥିଲା ।ଡାକ୍ତର ସୁନା ରାମ ଟୁଡୁଙ୍କୁ ମୃତ ଘୋଷଣା କରିଥିଲେ । ପରିସ୍ଥିତି ଗୁରୁତର ଯୋଗୁଁ ପ୍ରେମ ଏବଂ ଦିବ୍ୟଲୋଚନଙ୍କୁ ବାରିପଦା ପିଆରଏମ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ‌ ।ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେଶ ନମ୍ବର ୯୪ /୨୫ ରୁଜୁ ହେବା ସହ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ପୋଲିସ ବାଇକ ଦୁଇଟିକୁ ଜବତ କରିବା ସହ ଘଟଣା ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ