ଯଶୁଆପୁର ବିକାଶ ପରିଷଦ ତରଫରୁ ଫନି ପ୍ରପୀଡ଼ିତଙ୍କୁ ରିଲିଫ ବଣ୍ଟନ
ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ) ଭୟଙ୍କର ବାତ୍ୟା ଫନିର ପ୍ରଭାବରେ ଓଡ଼ିଶାର ପ୍ରାୟ ଅଞ୍ଚଳ
ବ୍ୟାପକ ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ ଲୋକମାନେ ବେସାହାରା ହୋଇପଡ଼ିଛନ୍ତି । ବିଶେଷକରି ଖାଇବା ପାଇଁ ଡ଼ାଲି,ପନିପରିବା ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିବା ବେଳେ ପିନ୍ଧିବା ପାଇଁ ବସ୍ତ୍ରର ମଧ୍ୟ ବିଶେଷ ସମସ୍ୟା ସୃଷ୍ଟି କରିଛି । ଏହି ବାତ୍ୟାରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ପ୍ରମୁଖ ଜିଲ୍ଲାଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହି ପରିସ୍ଥିତିରେ ଯଶୁଆପୁର ବିକାଶ ପରିଷଦ ଏବଂ ଯଶୁଆପୁର ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା କୃଷ୍ଣଦାସପୁର ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମ ପଞ୍ଚାୟତର ହଜ୍ନିକୁଦା ଗ୍ରାମକୁ ଯାଇ ଅତ୍ୟାବଶ୍ୟକ ଜିନିଷ ବିସ୍କୁଟ୍, ମହମବତୀ, ଦିଆସିଲ୍ ଓ ମଶାଙ୍କ ପ୍ରଦୁର୍ଭାବରୁ ରକ୍ଷା ପାଇଁ ମଶା ଧୂପ ଆଦି ସାମଗ୍ରୀ ବଣ୍ଟନ କରିଥିଲେ । ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଞ୍ଜନ କୁମାର ମହାପାତ୍ର, ସଭ୍ୟ ତପନ କୁମାର ସ୍ୱାଇଁ ଏବଂ ଯଶୁଆପୁର ଗ୍ରାମର ବରିଷ୍ଠ ବ୍ୟକ୍ତି ପ୍ରଭାତ କୁମାର ପ୍ରଧାନ, ଅଶୋକ ମହାପାତ୍ର, ଦେବେନ୍ଦ୍ର ସ୍ୱାଇଁ, ରଣଜିତ ମହାନ୍ତି ଏହି ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ । ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ବେହେରା ଏହି ରିଲିଫ୍ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ ।