ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ;ଟାଉନ କ୍ଲବ ଭୁବନେଶ୍ୱରକୁ ହରାଇ ବାସୁଦେବପୁର ଫାଇନାଲରେ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଯଶୋଟିକିରି ଖେଳ ପଡିଆ ଠାରେ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ବାସୁଦେବପୁର ସହିତ ଟାଉନ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଉନ କ୍ଲବ ଭୁବନେଶ୍ୱରକୁ ୧୪ରନରେ ହରାଇ ବାସୁଦେବପୁର ଫାଇନାଲରେ ପ୍ରବେଶ କରିଛି । ବାସୁଦେବପୁର କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୯ଉଇକେଟ ହରାଇ ୨୨୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦିବ୍ୟଜ୍ୟୋତି ପଣ୍ଡା ବ୍ୟକ୍ତିଗତ ୩୫ଟି ବଲରୁ ୫୮ରନ, ଅଲେଖ ବେହେରା ୩୨ଟି ବଲରୁ ୫୨ରନ ଓ ଶୁଭମ ରାଉତ ୧୬ଟି ବଲରୁ ୩୮ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳ ପକ୍ଷରୁ ସୁମନ ମହାରଣା ୩ଓଭର ବୋଲିଂ କରି ୧୮ରନ ଦେଇ ୪ଉଇକେଟ ପାଇଥିଲେ । ଜବାବରେ ଟାଉନ କ୍ଲବ ଭୁବନେଶ୍ୱର ୨୪.୧ଓଭରରେ ସମସ୍ତ ଉଇକେଟ ହରାଇ ୨୧୪ରନ କରି ପରାଜିତ ହୋଇଥିଲା । ଦଳପକ୍ଷରୁ ବିଶାଲ କର ୩୬ଟି ବଲରୁ ୬୫ ଓ ଶୁଭ ସଙ୍କେତ ୩୧ଟିବଲରୁ ୩୨ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଉପେନ୍ଦ୍ର ନାୟକ ୩ଓଭର ବୋଲିଂ କରି ୨୫ରନ ଦେଇ ୩ଉଇକେଟ ପାଇଥିଲେ । କାଳନ୍ଦୀ ପଣ୍ଡା ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଦେବାଶିଷ ରଥ, ସୌମ୍ୟ ବର୍ଦ୍ଧନ, ମାନସ ନନ୍ଦ ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଓ ଦିଲ୍ଲୀପ ପୃଷ୍ଟି ଧାରାବିବରଣୀ ପ୍ରଦାନ କରିଥିଲେ । ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ଓ ଜୁଭେନାଇଲ କଟକ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରତିଯୋଗିତାକୁ ମ୍ୟାନେଜର ଉମେଶ ସ୍ୱାଇଁଙ୍କ ସମେତ ମାନଓ ରଞ୍ଜନ ପଣ୍ଡା, ରଶ୍ମି ରଥ, ପ୍ରଭୁକଲ୍ୟାଣ ସାମଲ,ଜାହିର ମହାନ୍ତି, ସାଗର ରଥ, ସୁଧାଂଶୁ ରାଉତ, ଦେବାଶିଷ ରଥ, ଅବିନାଶ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ