ଯଶୋଟିକିରି ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ଯଶୋଟିକିରି ଖେଳ ପଡିଆ ଠାରେ ୨୫ତମ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୨ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ୟୁନିକ ଇଲେଭେନ ଭଦ୍ରକକୁ ହରାଇ ମର୍ନିଂ ଷ୍ଟାର ବାଲେଶ୍ୱର ଚମ୍ପିୟାନ ହୋଇଛି । ୟୁନିକ ଇଲେଭେନ ଭଦ୍ରକ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୧.୪ଓଭରରେ ସମସ୍ତ ଉଇକେଟ ହରାଇ ୧୨୮ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁଶୀଲ ବାରିକ ୪୨ଟି ବଲରୁ ୫୭ରନ ଓ ପ୍ରଶାନ୍ତ ପାଢ଼ୀ ୨୬ବଲରୁ ୨୬ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ଭବିଷ୍ୟ ବେହେରା ୫ଓଭର ବୋଲିଂ କରି ୧୪ରନ ଦେଇ ୩ଉଇକେଟ ଓ ଏସ କେ ସାନଶୀର ୪.୪ଓଭର ବୋଲିଂ କରି ୧୪ରନ ବ୍ୟୟ କରି ୩ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ମର୍ନିଂ ଷ୍ଟାର ବାଲେଶ୍ଵର ସମ୍ପୂର୍ଣ୍ଣ ୨୫ଓଭର ଖେଳି ୯ଉଇକେଟ ହରାଇ ୧୨୯ରନ କରି ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୨୩ବଲରୁ୨୯ରନ ଓ ସବ୍ୟସାଚୀ ଆଚାର୍ଯ୍ୟ ୧୫ବଲରୁ ୨୬ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ରିଶବ ରାଜ ୫ଓଭର ବୋଲିଂ କରି ୩୭ରନ ଦେଇ ୩ଉଇକେଟ ଓ ବିମଲ କୁମାର ୫ଓଭର ବୋଲିଂ କରି ୨୧ରନ ଦେଇ ୨ଉଇକେଟ ପାଇଥିଲେ । ଅମ୍ପେୟାର ଭାବେ ଦୁର୍ଗାପ୍ରସାଦ ପଟ୍ଟନାୟକ ଓ କାଳନ୍ଦୀ ଚରଣ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ କିଷାନ ମନୋହର ମହାନ୍ତି ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ । ଆୟୋଜିତ ପୁରସ୍କାର ବିତରଣ ସଭାରେ ସ୍ଥାନୀୟ ସରପଞ୍ଚ ବଦ୍ରିନାରାୟଣ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ସମାଜସେବୀ ବନମାଳୀ ପୃଷ୍ଟି, ଶରତ ଚନ୍ଦ୍ର ଜେନା, ତାପସ୍ୱିନୀ ଜେନା ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବାଲେଶ୍ଵରର ଏସ କେ ସାମଶୀର, ମ୍ୟାନ ଅଫ ଦି ସିରିଜ ଭାବେ ଭଦ୍ରକର ସୁଶୀଲ ବାରିକ, ବେଷ୍ଟ ବ୍ୟାଟ୍ସମ୍ୟାନ ଅଭିଳାଷ ରାଉତରାୟ ଓ ବେଷ୍ଟ ବୋଲର ଭାବେ ରିଶବ ରାଜଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ମହାବୀର କ୍ଲବର ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ