ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ

ଛତ୍ରପୁର (ଯୁଗାଦ୍ଦ ନ୍ୟୁଜ/ଦେବଦତ୍ତମହାରଣା) : ସ୍ଥାନୀୟ ତାଡ଼େପଲ୍ଲୀ ସ୍ଥିତ ଶ୍ରୀ ଜଗନ୍ନାଥମନ୍ଦିର ପ୍ରାଙ୍ଗଣରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ କଣମଣା ପଂଚାଂୟତର ଟାକିରିଆବ୍ରହ୍ମପୁର ଗ୍ରାମର ୧୨ଜଣ ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ସଂଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କୁ ଶୀତବସ୍ତ୍ର ବଂଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ସମାଜସେବୀ ରାଜେନ୍ଦ୍ର କୁମାର ସାହୁ, ସାମ୍ବାଦିକ ସଂଜୟ ବିଶ୍ୱାଳ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯୋଶଦା ଫାଉଣ୍ଡେସନ୍ ର ପୁଷ୍ପାଞ୍ଜଳି ସାହୁ ଓ ସୁଦେଷ୍ଣା ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ