ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଚାରା ବଣ୍ଟନ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ଭାଗିନିପେଣ୍ଠ ଗ୍ରାମ ଠାରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଚାରାରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା,ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ,ସାହାର୍ଯ୍ୟ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଅଭିଶେକ ପଣ୍ଡା,ୱାର୍ଡମେମ୍ବର ଏସ୍. ମୋହନ ରାଓ,କୋଭିଡ୍ ମନିଟର ଜି. ମହେଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମର ମହିଳା ମାନଙ୍କୁ ଚାରା ବଣ୍ଟନ କରିବା ସହ ବୃକ୍ଷର କିପରି ଯତ୍ନ ନେବ ସେଥି ନିମନ୍ତେ ସଚେତନା କରିଥିଲେ । ଗଛକୁ ମା ପରି ଯତ୍ନ ନେବା ନିମନ୍ତେ ମହିଳା ମାନଙ୍କୁ ଅତିଥି ମାନେ କହିଥିଲେ । ସେହିପରି ଗ୍ରାମର ମହିଳା ମାନଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡ୍ ନିୟମ ମାନି ଚଳିବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସଚେତନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନାରେ ସହଯୋଗ କରିଥିଲେ ।