ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ପନିପରିବା ଓ ବୀହନ ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ପଂଚାୟତର ନୂଆପଲ୍ଲୀ ଗ୍ରାମରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ପନିପରିବା ଓ ବୀହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଭିକାରିପଲ୍ଲୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ମଥୁରା ସୁବୁଦ୍ଧି, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଯଶୋଦା ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନୂଆପଲ୍ଲୀ, ଜଗତପଲ୍ଲୀ ଆଦି ଗ୍ରାମର ମହିଳା ମାନଙ୍କୁ ଭେଣ୍ଡି, ଅଲଡି, ଜହ୍ନି, ଲାଉ, କଖାରୁ, କାକୁଡି, କଲରା, ପାଳଙ୍ଗ, ଖୋସଡା ସାଗ ଭଳି ବିଭିନ୍ନ ରକମର ବୀହନ ବଣ୍ଟନ କରାଯାଇଥିଲା । ଏହି ବୀହନକୁ ମା ମାନେ ନିଜ ବାଡି ପଦରରେ ଲଗାଇ ଯତ୍ନ ନେଲେ ପନିପରିବା ପାଇପାରିବେ ବୋଲି ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡା ସମସ୍ତଙ୍କୁ ବୁଝାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନା କରିଥିବା ଟ୍ରଷ୍ଟି ଶ୍ରୀମତି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


