ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦାଫାଉଣ୍ଡେସନ ପକ୍ଷରୁ ଅସହାୟ ଓ ଗରୀବ ଶ୍ରେଣୀର ମହିଳା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ତାଡେପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ସାଗରିକା ପଣ୍ଡା ପୈାରହିତ୍ୟ କାର୍ଯ୍ୟକ୍ରମରେ ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ମୁଖ୍ୟ ଅତିଥୀଭାବେ ଯୋଗଦେଇ ଭିକାରୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମର ମହିଳା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟ ଫାଉଣ୍ଡେସନର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ଶ୍ରୀମତି ପାଣ୍ଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ