ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ମହିଳା ଙ୍କୁ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ଅସହାୟ ମହିଳା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟ୍ରି ସାଗରିକା ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ , ଆଇନଜୀବି ଡ଼ି. ଆଦିନାରାୟଣ ରେଡ୍ଡୀ, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର, ଏନ ସୁକାନ୍ତ ଆଚାରୀ ଓ ଇଂ. ସୁଧାଂଶୁ ମିଶ୍ର ପ୍ରମୁଖ ଯୋଗଦେଇ ମହିଳା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ ର ସୁଦେଷ୍ଠା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ