ଯଶୋଦା ଫାଉଣ୍ଡେସନ ପକ୍ଷରୁ ଗରୀବ ଓ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଂଟନ

ଛତ୍ରପୁର: ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗୈାରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଦିନ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ଶୀତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଛତ୍ରପୁର ବ୍ଲକ ର ଗରୀବ, ଅସହାୟ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ଶୀତ ଦାଉରୁ ରକ୍ଷା ନିମନ୍ତେ ଶୀତ ବସ୍ତ୍ର ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଯୋଗଦେଇ ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା ଯୋଗଦେଇ ଶୀତବସ୍ତ୍ରର ଗୁଡିକ ସଠିକ୍ ବ୍ୟବହାର କରିବା ନିମନ୍ତେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥୀ ଭାବେ ୟୁଥମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଗରୀବ ଲୋକମାନଙ୍କୁ ସାହାର୍ଯ୍ୟ କରାଯାଉଛି ତାହାକୁ ସେ ଭୂ-ୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଅନୁଷ୍ଠାନର ଯେ କୈାଣସି କାର୍ଯ୍ୟକ୍ରମ ସେଥିନିମନ୍ତେ ସହଯୋଗ କରିବା ନିମନ୍ତେ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପୁଷ୍ପାଜଂଳି ସାହୁ ଓ ସୁଦେଷ୍ଣା ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ