ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ନଡ଼ିଆ ଚାରା ସମେତ ଅନ୍ୟାନ୍ୟ  ଚାରା ବଣ୍ଟନ କାର୍ଯ୍ୟକ୍ରମ  ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଂଚାୟତର ଆଗ୍ରାହାରମ ଗ୍ରାମରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ୱାର୍ଡ଼ମେମ୍ବର ଡି.କ୍ରିଷ୍ଣା ରାଓ ପ୍ରମୁଖ ଉପସ୍ଥିତ ରହି ଗ୍ରାମର ୪୦ ଜଣ ମହିଳାଙ୍କୁ ନଡ଼ିଆ ଗଛ, ପିଜୁଳି ଗଛ,  ଅଁଳା ଗଛ  ଡାଳିମ୍ବ ଗଛ ,  ସୀତାଫଳ ଗଛ,  କାଜୁ ଓ  ଗଙ୍ଗଶିଉଳି ଗଛ ର  ମୋଟ ୩୬୦ଟି ଚାରା ବଂଟନ କରାଯାଇଛି । ଏହାସହିତ କରୋନାରୁ କିପରି ଦୂରେଇ ରହିବେ, ସେଥିନିମନ୍ତେ ବିଭିନ୍ନ ସଚେତନତା କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା, ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ