ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଯଶୋଦା ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଗଡପଲ୍ଲୀ ଗ୍ରାମରେ ପରିବେଶ ସୁରକ୍ଷା ସହ ଗ୍ରାମକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥୀ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି , ଅଧ୍ୟାପକ ଡଃ ଭି.ରାଜେନ୍ଦ୍ର ରାଜୁ ଓ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଗ୍ରାମର ମହିଳା ମାନଙ୍କୁ ନଡିଆ, ପିଜୁଳି, ଅଁଳା, ଡାଳିମ୍ବ , ସାପେଟା ଓ କଇଠ ସହ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ରକମର ଚାରା ବଣ୍ଟନ କରିଥିଲେ । ଏହା ସହିତ ଫାଉଣ୍ଡେସନର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଛତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ବୃକ୍ଷ ରୋପଣ କରାଯିବ ସହିତ ମହିଳା ଏବଂ ଗ୍ରାମବାସୀ ମାନଙ୍କୁ ଚାରା ବଣ୍ଟନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ପୁଷ୍ପାଞ୍ଜଳି ଓ ସୁଦେଷ୍ଣା ସାହୁ ପରିଚାଳନା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ