ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିରିବଟା ଗ୍ରାଇଣ୍ଡର ମେସିନ ବିତରଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ର ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଛତ୍ରପୁର ବ୍ଲକର ଜଗତପଲ୍ଲୀ ଠାରେ ଥିବା ମା ଉଜ୍ଜଳେଶ୍ୱରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ନୂଆପଲ୍ଲୀ ଠାରେ ଥିବା ମା ସ୍ୱର୍ଣ୍ଣମୟୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦୁଇଟି ବିରିବଟା ଗ୍ରାଇଣ୍ଡର ମେସିନ୍ ପ୍ରଦାନ କରାଯାଇଛି । ମହିଳା ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଭଲ ଦି ପଇସା ରୋଜଗାର କରିବା ଲକ୍ଷ୍ୟ ନେଇ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଦୁଇଟି ବିରିବଟା ମେସିନ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ. ରେଖା ମହାନ୍ତି ଯୋଗ ଦେଇ ମହିଳା ମାନେ ରୋଜଗାର କରିବା ଦ୍ୱାରା ତାଙ୍କ ଅର୍ଜିତ ଟଙ୍କା ପରିବାରର ଆର୍ଥିକ ଅଭାବ ଦୂର କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ତ୍ପୂର୍ବତନ ବିଧାୟକ ଅଶୋକ ଚୈାଧୂରୀ ଓ ବରିଷ୍ଠ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନ୍ ର ଟ୍ରଷ୍ଟି ସାଗରିକା ପଣ୍ଡା ପରିଚାଳନା କରିଥିବା ବେଳେ ଫାଉଣ୍ଡେସନ୍ ର ଶ୍ରଦ୍ଧାଞ୍ଜଳୀ ସାହୁ ଓ ସୁଦେଷ୍ଣା ସାହୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ