ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିହନ ମଞ୍ଜି ଓ ଛତା ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବାସନାପଲ୍ଲୀ , ପୁରୁଣାପଟଣା ଏବଂ ମାୟାପାଟଣା ଗ୍ରାମର ଏସଏଚଜି ମହିଳା ମାନଙ୍କୁ ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଭେଣ୍ଡି, କଲରା, ଜହ୍ନି, ବୋଇତାଳୁ, ପାଳଙ୍ଗ ଶାଗ ଓ ଖୋଶଡା ସାଗ ଭଳି ବିଭିନ୍ନ ବିହନ ମଞ୍ଜି ବଣ୍ଟନ କରାଯାଇଛି । ଏହା ସହ ୧୧ ଜଣଙ୍କୁ ଛତା ମଧ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡା ଯୋଗ ଦେଇ ଉକ୍ତ ବିହନ ସାମଗ୍ରୀ ଏବଂ ଛତା ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନାରେ ସହ ଯୋଗ କରିଥିଲେ । ଶେଷରେ ଟ୍ରଷ୍ଟି ସାଗରିକା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।