ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ

ଗଂଜାମ, (ବିନୋଦ ପଲାଇ):ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ, ଜାତୀୟ ଯୁବ ଦିବସ ସହ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଛି। ଏହି ଉତ୍ସବ ନିମନ୍ତେ ଗତ ସପ୍ତାହରେ କଲେଜର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ପାଳନ ହୋଇ କୃତୀ ଛାତ୍ରୀ ମାନଙ୍କୁ ଆଜି ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା, ଅଧ୍ୟକ୍ଷା ଏବଂ କଲେଜର ପରିଚାଳନା ଟ୍ରଷ୍ଟି ସାର୍ଟିଫିକେଟ, କପ୍ ଓ ଚାମ୍ପିଅନ ଛାତ୍ରୀ କୁମାରୀ ସ୍ୱାଗତିକା ତରାଇଙ୍କୁ ଚାପିଆନ ଶିଲ୍ଡ ପ୍ରଦାନ କରାଯାଇଥିଲା। ଉତ୍ସବର ଆରମ୍ଭରେ ଛତ୍ରପୁର ବିଧାନସଭା ମଣ୍ଡଳୀର ପୂର୍ବତନ ଏମଏଲ୍ଏ ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପିକା ସୁଶ୍ରୀ ରତ୍ନା ସାହୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳିତ କରି ଉଦଘାଟନ କରିଥିଲେ। ଆରାମରେ ଛାତ୍ରୀ ସୁଶ୍ରୀ କିରଣବାଳା ଶତପଥୀ, ସୁଶ୍ରୀ ସ୍ନେହା ସାହୁ ଆଦି ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ ଛାତ୍ରୀଙ୍କୁ ଜୀବନରେ ସଫଳତା ହାସଲ ନିମନ୍ତେ ବିବେକାନନ୍ଦଙ୍କ ବାଣୀକୁ ପାଥେୟ କରି ଆଗକୁ ଚାଲିବାକୁ ପରାମର୍ଶ ଦେଇଥିଲେ। ସେ ବିବେକାନନ୍ଦଙ୍କ ବାଣିକୁ ଉଦ୍ଧୃତ କରି ଜଣେ କିପରି ସଫଳ ଶିକ୍ଷକ ହୋଇପାରିବେ ତାହା ବତାଇ ଦେଇଥିଲେ। ମୁଖ୍ୟ ଅତିଥି ସୁଶ୍ରୀ ରତ୍ନା ସାହୁ ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ କେବଳ ବାତ୍କୃତାରେ ନରହି କିପରି ଛାତ୍ରୀ ଓ ଯୁବବର୍ଗ ତାକୁ ନିଜ ଜୀବନରେ କାର୍ଯ୍ୟରେ ପ୍ରତିଫଳିତ କରିବେ ଓ ଭବିଷ୍ୟତକୁ ସଫଳ ତଥା ଶୃଙ୍ଖଳିତ କରିବେ ତାଉପରେ ଜୋର ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲିପିକା ପଣ୍ଡା ଅତିଥି ପରିଚୟ ଓ ସମସ୍ତ ଉପସ୍ଥିତ ଅଭିବାବକ ଓ ମିଡ଼ିଆ ବନ୍ଧୁଙ୍କୁ ତାଙ୍କର ଉପସ୍ଥିତି ଓ ଉତ୍ସାହ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା ଟ୍ରଷ୍ଟି ଶ୍ରୀ ମଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ବ ଓ ସଂଯୋଜନାରେ ଉତ୍ସବ ପାଳନ ହୋଇଥିଲା। ଅଧ୍ୟାପିକା ସୁଶ୍ରୀ ସୁନିତା ସାହୁ, ସୁଶ୍ରୀ ହିମଶିଖା ସାହୁ, ସୁଶ୍ରୀ ସସ୍ମିତା ସାହୁ, ପ୍ରିୟଦର୍ଶିନୀ ବେହେରା ଓ ଶ୍ରୀ ଆକାଶ କୁମାର ସାହୁଙ୍କ ନେତୃତ୍ୱରେ ପୁରସ୍କାର ପ୍ରଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ