ଯାଂଚ କଡ଼ାକଡ଼ି, ପୁଲିସର କଡ଼ା ପ୍ରହରା
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ପ୍ରଭାବରେ ଲକ୍ଡ଼ାଉନ ଲାଗୁ ହୋଇଥିବା ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଦୋକାନ ବଜାର ବନ୍ଦ ରହିଛି । ଡ଼ାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଏଟିଏମ, ଔଷଧ ଦୋକାନକୁୂ ବାଦ ଦେଲେ ଗ୍ରୋସେରୀ ଓ ପନିପରିବା ଦୋକାନ କେବେଳ ନିର୍ଦ୍ଧିଷ୍ଟ ସମୟ (ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ) ଖୋଲା ରହିଥିବା ବେଳେ ଅନ୍ୟ ସମସ୍ତ ଦେକାନ ବଜାର ବନ୍ଦ କରାଯାଇଛି । ଲକ୍ଡ଼ାଉନକୁ ସମ୍ପୁର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ପୁଲିସ, ପୌର, ତହସିଲ ଓ ବ୍ଳକ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଳିସ ବାହୀନି ସ୍ଥାନୀୟ ପୌରାଂଚଳର ବ୍ଳକ ଛକ, ଖଣ୍ଡରା ଛକ, ବିଜୁ ପଟ୍ଟନାୟକ ଛକ, ହିଂଜିଳି କାଳୀ ମନ୍ଦିର ଛକରେ ରହି ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ଯାନବାହାନ ଯାଂଚ କରାଯିବା ସହ ଅତ୍ୟାବଶ୍ୟକ କାରଣ ଦର୍ଶାଇ ଯେଉଁ ମାନେ ବାଇକ କିମ୍ବା କାର ଯୋଗେ ଯାତାୟତ କରୁଛନ୍ତି ପୁଲିସ ସେମାନଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଛି । ମୋଟର ସାଇକେଲ ଯୋଗେ କିଛି ଯୁବକ ବାହାରକୁ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ପୁଲିସ ପ୍ରଶାସନ ସେମାନଙ୍କୁ ଅଟକାଇବା ସହ ବାହାରକୁ ଯିବାର କାରଣ ପଚାରି ବୁଝିଥିଲା । ବହୁ ବ୍ୟକ୍ତି ମେଡ଼ିକାଲ ଯାଇଥିବା ବାହାନା କରୁଥିବାର ଦେଖିବାକୁ ମିଳିଥିଲା । ଜନସାଧାରଣଙ୍କୁ ବାରମ୍ବାର ଘରୁ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଜନସଚେତନା ଅଭାବରୁ ଲକ୍ଡ଼ାଉନ ଫିକା ପଡ଼ୁଥିବା ଦେଖିବାକେୁ ମିଳିଛି । ତେବେ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଫ୍ଲାଗମାର୍ଚ୍ଚ କରାଯିବା ସହ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଜନ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି ।