ଯାଆଁଳା ଛୁଆଙ୍କ ବାପା ଅଲଗା

୨୦୦୯ ମସିହାରେ ଆମେରିକାର ଟେକ୍ସାସ୍ ରାଜ୍ୟରେ ମାଇଆ ୱାଶିଂଟନ୍ ନାମକ ୨୦ ବର୍ଷ ବୟସ୍କା ଜଣେ କୃଷ୍ଣକାୟ ମହିଳା ଯାଆଁଳା ପୁତ୍ର ସନ୍ତାନ ଜନ୍ମ ଦେଲେ । ଏହି ଦୁଇଟି ଛୁଆଙ୍କର ଚେହେରା ଏବଂ ହାବଭାବରେ ବହୁତ ଫରକ ଥିଲା । ମାଇଆଙ୍କ ସ୍ୱାମୀ ହାରିସନଙ୍କର ସନ୍ଦେହ ଆସିଲା । କିଛି ମାସ ପରେ ଦୁଇ ଶିଶୁଙ୍କ ଡିଏନ୍ଏ ପରୀକ୍ଷାରୁ ଜଣାପଡିଲା ଯେ ଏଥିରୁ ଜଣେ ଶିଶୁ ହାରିସନଙ୍କ ସନ୍ତାନ ନୁହନ୍ତି । ମାଇଆ ୱାଶିଂଟନ୍ ମଧ୍ୟ ସ୍ୱୀକାର କଲେ ପାଞ୍ଚ ଦିନ ବ୍ୟବଧାନରେ ସେ ଆଉ ଜଣଙ୍କ ସହିତ ଯୌନ ସମ୍ପର୍କ ରଖିଥିଲେ । ୧୦୦ କୋଟିରେ ଗୋଟିଏ ଏହିଭଳି ଘଟଣା ଘଟିଥାଏ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ