ଯାଜପର ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ ) : ଶନିବାର ସ୍ୱାୟତ ଶାସନ ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜିଲାପାଳ ରଂଜନ କୁମାର ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ପରେ ଗାନ୍ଧୀ ମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବୃକ୍ଷରୋପଣ କରାଯାଇଥିଲା । କୁସୁମା ହ୍ରଦ ନିକଟସ୍ଥ ବିଜୁ ପଟ୍ଟନାୟକ ମାର୍ଗରେ ଏକ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଜିଲାପାଳ,ଉପଜିଲାପାଳ,ଡିଆରଡିଏର ପ୍ରକଳ୍ପ ସଂଯୋଜକ ପ୍ରମୁଖ ଯୋଗ ଦେଇ ସହରକୁ ସବୁଜ ସୁନ୍ଦର କରିବା ପାଇଁ କେବଳ ପଲିଥିନ ମୁକ୍ତ କରିବାକୁ ହେବ ବୋଲି ମତ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ପ୍ଲା କାର୍ଡ ଧରି ସମଗ୍ର ସହର ପରିକ୍ରମା କରିଥିଲେ ।


