ଯାଜପୁରରେ କାଳବୈଶାଖି ତାଣ୍ଡବ
ଯାଜପୁର (ଯୁଗାବ୍ଦ ନ୍ୟୁୃଜ):ସାମୁଦ୍ରିକ ଝଡ ଫନି ତାଣ୍ଡବ ରଚିବାର କିଛି ଦିନ ପରେ ଆଜି ପୂର୍ବାହ୍ରେ ଯାଜପୁର ଜିଲ୍ଳାରେ ଘୂର୍ଣ୍ଣିଝଡ କାଳବୈଶାଖି ତାଣ୍ଡବ କରିଛି । ତିରିଶ ମିନିଟର ତାଣ୍ଡବରେ ଯାଜପୁର ଜିଲ୍ଲାବାସୀ ଆତଙ୍କିତ ହୋଇଉଠିଥିଲେ । ପବନର ବେଗ ଏତେ ପ୍ରଖର ଥିଲା ଯେ ଲୋକମାନେ ଭୟଭିତ ହୋଇଯାଇଥିଲେ ।ତିରିଶ ମିନିଟ ପବନର ବେଗ ଏତେ ପ୍ରଖର ଥିଲା ଯେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲ।। । ଆଜି ଅପରାହ୍ନ ରେ ଯାଜପୁରରେ ଘୁର୍ଣ୍ଣିଝଡ଼ ଓ କାଳ ବୈଶାଖୀ ଫଳରେ ବ୍ୟାପକ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି। ପ୍ରବଳ ପବନ ହେବା ଫଳରେ କିଛି ସ୍ଥାନରେ ଛୋଟ ବଡ଼ ଗଛ ଉପୁଡିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ବିଦ୍ୟୁତ ଓ ଟେଲିଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।