ଯାଜପୁରରେ ସମ୍ୱିଧାନ ପ୍ରତିଷ୍ଠା ଦିବସ
ଯାଜପୁର: ପ୍ରତିବର୍ଷ ନଭେମ୍ୱର ୨୬ ତାରିଖକୁ ଭାରତୀୟ ସମ୍ୱିଧାନ ପ୍ରତିଷ୍ଠା ଦିବସ ଭାବେ ପାଳିତ ହୋଇଥାଏ । ମଙ୍ଗଳବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସମ୍ୱିଧାନ ପ୍ରତିଷ୍ଠା ଦିବସର ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିବା ସହ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର୍ର ଆମ ଭାରତର ସମ୍ୱିଧାନ ମହାନ । ଏହାକୁ ପ୍ରତ୍ୟେକ ଅକ୍ଷୂର୍ଣ୍ଣ ରଖିବା ସହ ତାହାର ସମ୍ମାନ କରିବା ଉଚିତ ବୋଲି ଆହାନ ଦେଇଥିଲେ । ପରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ସମ୍ୱିଧାନ ପ୍ରତିଷ୍ଠା ଦିବସର ଶପଥ ପାଠ କରାଇଥିଲେ । ଏଥିରେ ଉପଜିଲ୍ଲାପାଳଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, ସହକାରୀ ଜିଲ୍ଲାପାଳ ଶୁଭଦର୍ଶନ ମିଶ୍ର, ଊମେଶ ଚନ୍ଦ୍ର ଲେଙ୍କା, ଅନୁପ କୁମାର ବେହେରା, ବିଭିନ୍ନ ବିଭାଗର ମୁଖ୍ୟ କିରାଣୀ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମ୍ୱିଧାନ ଦିବସର ତାତ୍ପର୍ଯ୍ୟ ସଂପର୍କରେ ମତବ୍ୟକ୍ତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।