ଯାଜପୁରରେ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ
ଯାଜପୁର,: ଯାଜପୁର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନଷ୍ଠିତ ହୋଇଯାଇଚ୍ଥି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ ଜାତୀୟ ଦିବସ ଜିଲ୍ଲାରେ ଅତ୍ୟନ୍ତ ଶୃଙ୍ଖଳା ଓ ସଦଭାବନାର ସହ ବର୍ଷ ପରେ ବର୍ଷ ପାଳିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପବିତ୍ର ଗଣତନ୍ତ୍ର ଦିବସକୁ ଶୃଂଖଳାର ସହ ପାଳନ ନିମିତ ଯେଊଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଚ୍ଥି ତାହାକୁ ପ୍ରତ୍ୟେକ ନିଷ୍ଠାର ସହ ପାଳନ ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିବରଣୀ ପାଠ କରିଥିଲେ । ପରେ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ମାନ ଗୃହୀତ ହେଲା । ବାଳାଶ୍ରମ ପଡିଆରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ । ଜାନୁୟାରୀ ୨୬ ତାରିଖ ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରୁ ଲୋକ ସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯିବ । ପରେ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ପୂର୍ବାହ୍ନ ଘ. ୬.୩୦ ମିନିଟ୍ ରେ ପ୍ରଭାତପେଂରୀ, ୭ ଘ. ୩୦ ମିନିଟ୍ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଊତୋଳନ କରାଯିବ । ପୂର୍ବାହ୍ନ ଘ. ୮.୩୦ ମିନିଟ୍ ସମୟରେ ବାଳାଶ୍ରମ ପଡିଆ ଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ, ପ୍ୟାରେଡ ପରରିଦର୍ଶନ, ପ୍ୟାରେଡ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ପ୍ୟାରେଡର ଶ୍ରେଷ୍ଠ ଦଳ ଓ ବିଭିନ୍ନ କ୍ଷେତ୍ରରେ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ । ବିଭିନ୍ନ ବିଭାଗ ଓ ଶିଳ୍ପାନୁଷ୍ଠାନ ପକ୍ଷରୁ ସେମାନଙ୍କର ସଫଳତା ସମ୍ପର୍କରେ ପ୍ରଦର୍ଶନ ମଣ୍ଡପର ମଧ୍ୟ ବ୍ୟବସ୍ଥା କରାଯିବ, ଯାହା ପ୍ୟାରେଡ ସ୍ଥଳ ଓ ସହର ପରିକ୍ରମା କରିବ । ଚଳିତ ବର୍ଷ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ସୁକିନ୍ଦା ବ୍ଳକର ମାଙ୍କେଡିଆ ଜନଜାତିଙ୍କ ପାଇଁ ନିର୍ମିତ ବାସ ଗୃହର ମଡେଲ ପ୍ରଦର୍ଶିତ ହେବ । ପରେ ମୁଖ୍ୟ ଅତିଥି ଡାକ୍ତରଖାନାର ରୋଗୀ ମାନଙ୍କୁ ପଂଳ ବଣ୍ଟନ, ଜେଲର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, କୁଷ୍ଠାଶ୍ରମରେ ମିଷ୍ଟାନ୍ନ, ଶାଢୀ ଓ ଧୋତି ବଣ୍ଟନ ଓ ବାଳାଶ୍ରମରେ ମିଷ୍ଟାନ୍ନ ବଣ୍ଟନର କାର୍ଯ୍ୟକ୍ରମ ସ୍ଥିର ହେଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଥମରୁ ମହାବିଦ୍ୟାଳୟ ସ୍ତରର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମ ବୋଧକ ସଂଗୀତ ଓଡିଆ ବକ୍ତୃତା ପ୍ରତିଯୋଗିତା, ଷଷ୍ଠରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜାନୁଆରୀ ୯ ତାରିଖ ଦିନ ପୂର୍ବାହ୍ନ ୧୦ ଘଟିକାରେ ଓ ୮ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ଚିତ୍ରାଙ୍କନ ପ୍ରତିଯୋଗିତା ପ୍ରଥମରୁ ଦଶମ ଶ୍ରେଣୀ ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ସ୍କୁଲଠାରେ ଅନୁଷ୍ଠିତ ହେବ । ସେହିପରି ୧୦ ତାକିଖ ଦିନ ପୂର୍ବାହ୍ନ ୧୦ ଘଟିକାରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ପକ୍ଷରୁ ଓପନ କୁଇଜ୍ ପ୍ରତିଯୋଗିତା ଜାନୁୟାରୀ ୨୩ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ । ଅଭ୍ୟାସ ପ୍ୟାରେଡ଼ ଜାନୁୟାରୀ ୨୨ ଓ ୨୩ ତାରିଖ ଅପରାହ୍ନ ଘ. ୨.୩୦ ମିନିଟ୍ ସମୟ ଓ ୨୪ ତାରିଖ ପୂର୍ବାହ୍ନ ଘ. ୮.୩୦ ମିନିଟ୍ ସମୟରେ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା । ଏହି ଜାତୀୟ ଦିବସରେ ପ୍ରତ୍ୟେକ କାର୍ଯ୍ୟାଳୟ ଗୁଡିକୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ପରାମର୍ଶ ଦିଆଗଲା । ସେହିପରି ପ୍ରତ୍ୟେକ ବ୍ୟକ୍ତି ନିଜ ଗୃହକୁ ଊକ୍ତ ଦିନ ଆଲୋକରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା । ଯେ ହେତୁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ ହେଊଚ୍ଥି ତେଣୁ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣୀୟ ଭାବେ ଶ୍ରଦ୍ଧାଂଜଳୀ ଦେବାକୁ ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଊଚ୍ଥି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ବିବିଧ ପ୍ରସ୍ତାବମାନ ଦେଇଥିଲେ । ଏଥିରେ ବରିଷ୍ଠ ନାଗରିକ ପ୍ରପୁଂଲ ସାମଲ, ପ୍ରବୋଧ ନାୟକ, ସମାଜସେବୀ ନିଶିଥ ଦାସ. ବିଭିନ୍ନ ବିଭାଗର ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


