ଯାଜପୁର ଜିଲାରେ ୨ୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି

ଯାଜପୁର,(ଯୁଗାବ୍ଦ ନ୍ୟୁଜ):ଯାଜପୁର ସଦର ଥାନା ଜାପଂରପୁର ପଂଚାୟତର ସାନ ତ୍ରିଲୋଚନପୁର ଗାଁରେ ଏହି ରୋଗୀ ଜଣକ ଚିହ୍ନଟ ହୋଇଛି । ରୋଗୀଙ୍କ ବୟସ ୬୬ ବୋଲି ସୂଚନା ମିଳିଛି । ସେ ଗତ ୨୮ ତାରିଖ କୋଲକାତାରୁ ଏକ ଟାଟା ମ୍ୟାଜିକ ଗାଡିରେ ପାଣିକୋଇଲି ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ସେ ସଠିପୁର ଦେଇ ନିଜ ଘରେ ପହଂଚିଥିଲେ । ସେ ଆସିବା ସମୟରେ ୭ରୁ ୮ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତାଙ୍କ ଦେହରେ କୋରୋନା ରୋଗ ଲକ୍ଷଣ ଦେଖାଯିବାରୁ ସେ ପ୍ରାଥମିକ ଭାବେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ କ୍ୱାରେନଟାଇନରେ ରଖାଯାଇଛି । ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ପାଇଁ କଟକ ଅଶ୍ୱନୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଥିସହିତ ସାନତ୍ରିଲୋଚନପୁର ଏବଂ ସଇପୁର ୩ ଗାଁକୁ ଆସନ୍ତା ୭ ଦିନ ପାଇଁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତି ସେହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାନ୍ତି ନିଜେ ହୋମ କ୍ୱାରେନଟାଇନରେ ରହିବାକୁ ଯାଜପୁର ଜିଲାପାଳ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ