ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କୋରୋନା

ଯାଜପୁର, (ୱାଇଏନ୍‌ଏସ୍‌): ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କୋରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ସୁପର ସ୍ପ୍ରେଡର ହେବାର ଆଶଙ୍କା ରହିଥିବାରୁ ଚିନ୍ତାରେ ଜିଲା ପ୍ରଶାସନ। ଯାଜପୁରରେ ସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟପାଳଙ୍କ ସଚିବ ପିକେ ମେହେର୍ଦ୍ଦାଙ୍କୁ କୋବିଡ଼ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଗତ କାଲି ଶ୍ରୀ ମେହେର୍ଦ୍ଦା ରାତିରେ ଯାଜପୁର ରେ ପହଂଚି ଜିଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଜିଲାପାଳ ରଂଜନ ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟତଃ ଜିଲାର ୩୧୧ପଞ୍ଚାୟତରେ ଥିବା ଆଇସିଲେସନ କେନ୍ଦ୍ର କୁ ପୂର୍ଣ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମେହେର୍ଦ୍ଦା ପରାମର୍ଶ ଦେଇଥିଲେ। ରାଜ୍ୟ ବାହାରରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଏହି କେନ୍ଦ୍ରରେ ରଖିବାକୁ ପ୍ରତ୍ୟେକ ସରପଞ୍ଚଙ୍କ ସହଯୋଗ କାମନା କରିଥିଲେ। ଆଜି ଶ୍ରୀ ମେହେର୍ଦ୍ଦା କଳିଙ୍ଗ ନଗର ଟାଟା କୋବିଡ଼ ହସ୍ପିଟାଲକୁ ପରିଦର୍ଶନ କରିବାକୁ ଯିବେ। ରୋଗୀଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଓ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅନୁଧ୍ୟାନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ