ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର

ଯାଜପୁର,(ୱାଇଏନ୍ଏସ୍): ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର । ସେ କୋରାପୁଟ ଜିଲ୍ଲାର ଜୟପୁରର ଉପଜିଲ୍ଲାପାଳ ଭାବେ ଦାଇତ୍ୱରେ ରହି ନିଜର କାର୍ଯ୍ୟ ସୁଚାରୁ ରୂପରେ ତୁଲାଇଥିଲେ | ତାଙ୍କ ସମୟରେ ଜୟପୁର ଉପଖଣ୍ଡ ଅଞ୍ଚଳର ବହୁ ଉନ୍ନତି ମୂଳକ କାର୍ଯ୍ୟ କରିବା ସହ ଅଞ୍ଚଳ ବାସୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ ବହୁ ପଦକ୍ଷେପ ନେଇ ଜନ ସାଧାରଣଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ | ପରେ ସେ ସେଠାରୁ ବ୍ରହ୍ମପୁରର ମୁନିସପାଲଟି କର୍ପୋରେସନ ର କମିଶନର ଭାବରେ ବଦଳି ହୋଇ କମିଶନର ଭାବେ ଦାଇତ୍ୱ ଗ୍ରହଣ କରି ବୋହୁ ଉନ୍ନତି ମୂଳକ କାର୍ଯ୍ୟ କରିବା ସହ ବ୍ରହ୍ମପୁର ସହରକୁ ଏକ ସରସ ସୁନ୍ଦର ସହର କରି ଗଢି ତୋଳିବା ପାଇଁ ପଦକ୍ଷେପ ନେଇଥିଲେ ଓ ତାହା କାର୍ଯ୍ୟରେ ପରିଣତ କରିଥିଲେ | ଫନି ବାତ୍ୟା ଓ କରୋନା ପରୀ ବିପତ୍ତି ସମୟରେ ଜନସାଧରଙ୍କ ପାଇଁ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ |  ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଇଛନ୍ତି ଶ୍ରୀ ରାଠୋର, ସୋମବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିର ବାହାରେ ମା ଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର,ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଙ୍କ ଦାୟିତ୍ଵ ଗ୍ରହଣ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, କଳିଙ୍ଗ ନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ପୂର୍ବରୁ ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ରଞ୍ଜନ କୁମାର ଦାସ ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ