ଯାଜପୁର ଜିଲ୍ଲାର ରୋଗୀ ମାନଙ୍କ ପାଇଁ କଟକ SCBରେ ଦେବଦୂତ ସାଜିଲେ ଦେବବ୍ରତ

ଯାଜପୁର, (ଓ୍ବାଇଏନ୍ଏସ୍):ଯାଜପୁର ଜିଲ୍ଲାର ଅସହାୟ ରୋଗୀ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ସମସ୍ତ ଚିକିତ୍ସା ଠିକ୍ ଭାବରେ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି। ଛାତ୍ର ନେତା ତଥା ସମାଜସେବୀ ଦେବବ୍ରତ ମହାପାତ୍ର ଏବଂ କୋରାନା ମହାମାରୀ ସମୟରେ ଯାଜପୁର ଜିଲ୍ଲାର ଗରିବ ରୋଗୀ ମାନଙ୍କୁ କଟକ-ଚୌଦ୍ୱାର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହାୟତାରେ ମାଗଣାରେ ଆମ୍ବୁଲାନ୍ସ୍ ଘରକୁ ପଠାଉଛନ୍ତି।ଏଭଳି କାର୍ଯ୍ୟ ପାଇଁ ସେ ଆଜି ସାରା ଯାଜପୁର ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।ଆଜି ଯାଜପୁର ନିର୍ବାଚନ ମଣ୍ଡଳୀ ଜଣେ ରୋଗୀ Casualty ସାମ୍ନାରେ ବହୁତ ସମୟ ଧରି ପଡ଼ିବା ସତ୍ୟେବି ତାଙ୍କ ଚିକିତ୍ସା କରାଯାଇପାରୁନଥିଲା ଖବର ପାଇ ସେଠାରେ ପହଞ୍ଚି ଥିଲେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କିରିବାସହ ସହ ଭଲହେବା ପରେ ତାଙ୍କୁ ମାନ୍ୟବର ପୂର୍ବତନ ବିଧାୟକ କଟକ-ଚୌଦ୍ୱାର ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହାୟତାରେ ମାଗଣା ଆମ୍ବୁଲାନ୍ସ୍ ଯୋଗେ ଘରକୁ ପଠାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ