ଯାଜପୁର ଜିଲ୍ଲା ସ୍ତରୀୟ ଭକ୍ତ କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ):-ଗୀତ ଗୋବିନ୍ଦର ପ୍ରତିଟି ଚ୍ଥନ୍ଦ ମହାପ୍ରଭୁଙ୍କର ଅତି ପ୍ରିୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଚ୍ଥନ୍ତି ଗୀତ ଗୋବିନ୍ଦର ଶ୍ରେଷ୍ଠ ଉପାସକ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଲା ଓଡିଆ, ଭାଷା, ସାହିତ୍ୟ, ସଂସ୍କୃୃତି ବିଭାଗ ଓ ସ୍ୱର ସ୍ୱାକ୍ଷର ସାହିତ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଅଚ୍ଥି । ଏହି ଉତ୍ସବରେ ସ୍ୱର ସ୍ୱାକ୍ଷରର ସଭାପତି ତଥା କବି ଡଃ ଶ୍ରୀହରି ଧଳ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରପେଂସର ରାଧାରମଣ ଦାସ ଯୋଗଦେଇ କବି ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ ହେଉଚ୍ଥି ଓଡିଆ ଜାତିର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ । ଜୟଦେବ ପିଲା ଦିନରୁ ସଂସ୍କୃତ ପ୍ରତି ଆଗ୍ରହ ପ୍ରକାଶ କରି ସଂସ୍କୃତ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିଲେ ବୋଲି କହିବା ସହ ଗୀତ ଗୋବିନ୍ଦର ରଚନା ଓ ଗୀତ ଗୋବିନ୍ଦର ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଡଃ ସୂର୍ଯ୍ୟମଣି ଖୁଣ୍ଟିଆ ଯୋଗଦେଇ କବି ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ ରସ, ଅମୃତ ସହିତ ସମାନ ବୋଲି ପ୍ରକାଶ କରି ଏହା ସମସ୍ତ ବର୍ଗର ଲୋକ ମାନଙ୍କୁ ସ୍ପର୍ଶ କରି ପାରିଚ୍ଥି ବୋଲି ମତ ବ୍ୟକ୍ତ କରିଥିଲେ । ଯେଊଁଠାରେ ମହାପ୍ରଭୁ ସେହିଠାରେ ଗୀତ ଗୋବିନ୍ଦ । କାଳଜୟୀ କବି ଜୟଦେବଙ୍କର ଗୀତ ଗୋବିନ୍ଦ ବିନା ଶ୍ରୀଜୀଉ ମାନେ ଶୋଇ ପାରନ୍ତି ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ପୈାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍‌ିକ ଯୋଗଦେଇ ଜୟଦେବ ଓ ତାଙ୍କ ଶ୍ରେଷ୍ଠ କୃତି ଗୀତ ଗୋବିନ୍ଦ ଉପରେ ଆଲୋକପାତ କରି ଗୀତ ଗୋବିନ୍ଦ ଏଭଳି ଶାଶ୍ୱତ ଓ ପବିତ୍ର ଯେ, ସ୍ୱୟଂ ମହାପ୍ରଭୁ ନିଜ ହାତରେ କେତୋଟି ପଂକ୍ତି ରଚନା କରିଥିଲେ ବୋଲି କିମ୍ୱଦନ୍ତୀ କହେ ବୋଲି ସେମାନେ ମତ ବ୍ୟକ୍ତ ଦେଇଥିଲେ । ପ୍ରାରମ୍ଭରେ ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଶିକ୍ଷାବିତ୍ ନାରାୟଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଲିକଙ୍କ ନିର୍ଦ୍ଦେଶନାରେ କଳା ବିକାଶ କେନ୍ଦ୍ର, ମଙ୍ଗଳପୁରର କଳାକାର ମାନେ ଜୟଦେବଙ୍କ ରଚିତ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଏକ ସଂକୀର୍ତ୍ତନ ମଣ୍ଡଳୀ ଜଗନ୍ନାଥ ମନ୍ଦିର ଠାରୁ ସଭା ସ୍ଥଳ ପର୍ଯ୍ୟନ୍ତ ସଂକୀର୍ତ୍ତନ ପରିବେଷଣ କରି ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ