ଯାଜପୁର ଜିଲ୍ଳାକୁ “ମିଶନ ଜିରୋ ଡ୍ରପ ଆଊଟ୍‌” କରାଯିବ

ଯାଜପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ବିଭିନ୍ନ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଗହଣରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝୋଟି, ମୁରୁଜ ଓ ବନ୍ଦାପନା କୋଳାହଳ ମଧ୍ୟରେ ଅଧାରୁ ପାଠ ଚ୍ଥାଡୁଥିବା ପିଲା ମାନଙ୍କୁ ବିଦ୍ୟାଳୟକୁ ପେଂରାଇ ଆଣି ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ “ମୋ ବିଦ୍ୟାର୍ଥୀ” ୧୦ ଗୋଟି ସଚେତନତା ରଥର ଶୁଭାରମ୍ଭ ହୋଇଯାଇଚ୍ଥି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପାଳ(ପ୍ରଶାସନ) ଶ୍ରୀ ଦୁଖବନ୍ଧୁ ନାୟକ ଓ ଅତିରିକ୍ତ ଜିଲ୍ଲା ପାଳ (ରାଜସ୍ୱ) ଡଃ ଦିବ୍ୟ ଲୋଚନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଂତାକାଟି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ନିଜ ବକ୍ତବ୍ୟରେ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ନାୟକ କହିଲେ ଯେ, ଶିକ୍ଷା ଅମୂଲ୍ୟ ରତ୍ନ ଅଟେ । ଶିକ୍ଷା ବିନା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ଅସମ୍ଭବ ଅଟେ । ଏଣୁ ଯାଜପୁର ଜିଲ୍ଲା ରେ ଅଧାରୁ ପାଠ ଚ୍ଥାଡୁଥିବା ପିଲା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ପାଇଁ ଏହା ଏକ ମହତ କାର୍ଯ୍ୟକ୍ରମ । ଏଥିରେ ସମସ୍ତ ପରିବାରର ପିତା ମାତା, ଅଭିଭାବକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଜନସାଧାରଣ, ସମସ୍ତ ସରକାରୀ କଳ ଏହି ଅଭିଯାନରେ ସାମିଲ ହୋଇ ଯାଜପୁର ଜିଲ୍ଳାକୁ “ମିଶନ ଜିରୋ ଡ୍ରପ ଆଉଟ୍‌” କରିବାକୁ ଆହ୍ୱାନ ଦେଇଥିଲେ ।ପ୍ରକାଶ ଥାଉ କି, ଶିକ୍ଷା, ମଧ୍ୟାହ୍ନ ଭୋଜନର ପଞ୍ଚ ନିୟମ, ପୁରାତନ ଚ୍ଥାତ୍ର ସଂଗଠନ ତଥା ଆଲମୁନି ମାନଙ୍କ ସହଯୋଗ, ବିଜ୍ଞାନର ପ୍ରଚାର ପ୍ରସାର, ଶ୍ରେଣୀ ଗୃହ ଶିକ୍ଷାରେ ସାମିଲ ହେବା ସହ ବାସ୍ତବ ଶିକ୍ଷା ପରିବେଶରେ ପାଠ ପଢିବା ସଚେତନତା ବାର୍ତ୍ତା ଆଦି ବହନ କରି ୧୦ ଗୋଟି ରଥ ୧୦ ଗୋଟି ବ୍ଳକରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପ୍ରଚାର ପ୍ରସାର କରି ଜନ ଜାଗରଣ, ଚ୍ଥାତ୍ର ଚ୍ଥାତ୍ରୀ ଜାଗରଣ କରିବ ।ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଶ୍ରୀ ରଂଜନ କୁମାର ଗିରି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃତିବାସ ବାରିକ, ଶ୍ରୀ ଶଶିଧର ସିଂଘ, ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଶ୍ରୀମତୀ ଜ୍ୟୋତ୍ସାମୟୀ ଧଳ, ଜିଲ୍ଲା ସ୍କୂଲର ଶିକ୍ଷକ, ଶିକ୍ଷୟତ୍ରୀ, ଚ୍ଥାତ୍ର ଚ୍ଥାତ୍ରୀଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ