ଯାଜପୁର ଜିଲ୍ଳାପାଳଙ୍କ ଡାଟା ଅଟୋମେସନ ସିଷ୍ଟମ ବୈଠକ

ଯାଜପୁର, (ୱାଇଏନ୍‌ସ୍‌):  ଯାଜପୁର ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କାର୍ଯ୍ୟ, ପ୍ରକଳ୍ପ ବା ଅଭିଯୋଗକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ବୈଷୟିକ ଉପଯୋଗ ସହ ବିଜ୍ଞାନ ସମ୍ମତ ଭାବେ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା । ପାରମ୍ପାରିକ ଭାବେ ଅପଂ ଲାଇନରେ ବିଭିନ୍ନ କାର୍ଯ୍ୟ କଲାବେଳେ ସାଧାରଣତଃ ଅଧିକ ସମୟ, ଅଧିକ ଲୋକ ଲାଗିବା ସହ ତୃଟିର ସମ୍ଭାବନା ରହିଥାଏ । ତେବେ ଏହି ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ୍ ମାଧ୍ୟମରେ ଏହା ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଚ୍ଥତାର ସହ ହୋଇପାରିବ ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କହିଥିଲେ । ତେଣୁ ପ୍ରତ୍ୟେକ ବିଭାଗର ଡାଟା ଏଣ୍ଟ୍ରି ଅପରେଟର, କମ୍ପ୍ୟୁଟର ପ୍ରୋଗ୍ରାମର ଓ କର୍ମଚାରୀମାନେ ଏହାକୁ ବିଷଦ ଭାବେ ଅବଗତ ହେବାକୁ ଜିଲ୍ଳ୍‌ାପାଳ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଳ୍‌ାକୁ ପ୍ରୋବେସନର ଭାବେ ଆସିଥିବା ଟ୍ରେନିଂ ଆଇ.ଏ.ଏସ୍‌. ଅପିଂସର ପାୱାର ସଚିନ ପ୍ରକାଶ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଲିକ, ଉପ ଜିଲ୍ଳାପାଳ  ଚନ୍ଦ୍ର ଧଳ, ସି.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ ସମେତ ବିଡିଓ ଏବଂ ତହସିଲଦାର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ