ଯାଜପୁର ନିତ୍ୟ ଯୋଗ ସମିତି ପକ୍ଷରୁ ୨୧ରେ ପାଳିତ ହେବ ଆର୍ନ୍ତଜାତୀୟ ଯୋଗ ଦିବସ 

ଯାଜପୁର (ସନ୍ଦୀପ୍ତ ରାୟ) :-ଯାଜପୁର ନିତ୍ୟ ଯୋଗ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଆଗାମୀ ୨୧ ତାରିଖରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯିବା ପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶ୍ୱ ଯୋଗ ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇ ଥିଲା । ପତଞ୍ଜଳୀ ଯୋଗ ସମିତି, ଜିଲ୍ଲା ସାଂସ୍କୃତିକ ପରିଷଦ, ଯୁବ ଭାରତ, ବିନୋଦ ପାର୍ବତୀ ସ୍ମାରକୀ ପ୍ରତିଷ୍ଠାନ, ପୁର୍ଣ୍ଣାନନ୍ଦ ମିଶ୍ର ସ୍ମୃତିପାଠାଗାର, ଯାଜପୁର ବିକାଶ ମଂଚ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମହାବୀର କୋଚିଂ ସେଂଟର ଉର୍ମିଳା ବିହାର, ସ୍ୱର୍ଣ୍ଣ ଉତ୍କଳ ଭାରତୀ ସେବା ଫାଉଣ୍ଡେସନ, ରୋଟାରୀ କ୍ଲବ, ଇନଟାକ, ପତଞ୍ଜଳୀ ଚିକିତ୍ସାଳୟ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସତ୍ୟ ସାଇ ସେବା ସମିତି, ବରିଷ୍ଠ ନାଗରିକ ମଂଚ, ଗାୟତ୍ରୀ ପରିବାର, ଲିସିୟମ ଦ ଏକାଡେମୀ, ଡେନିମ ପଏଣ୍ଟ ବସ୍ତ୍ର ଭଣ୍ଡାର, ବିରଜା ମେଡିକାଲ ସପ୍ଲାୟର୍ସ ଆଦି ସଂଗଠନ ପକ୍ଷରୁ ସହାୟତା ଦେବା ପାଇଁ ପ୍ରକାଶ କରିଥିଲେ । ୨୧ ତାରିଖ ପ୍ରାତଃ ୬ଟା ସମୟରେ ଯୋଗ ସାଧନା କରିବା ପାଇଁ ଆଗ୍ରହୀ ଯୋଗୀ ଭାଇ ଭାଉଣୀ ମାନେ ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଛି । ପ୍ରାତଃ ୦୬.୩୦ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ ଉଦ୍‌ଘାଟନ କରିବା ସହିତ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାତଃ ୦୬.୪୫ରେ ଯୋଗା ଭ୍ୟାସ ଓ ୦୭.୩୦ ଯୋଗା ଭ୍ୟାସ ସମାପ୍ତ କରାଯିବାର ସମୟ ଧାର୍ଯ୍ୟ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ